ଦେଶ

ସବୁ ଭୋକିଲାଙ୍କୁ ଖାଇବାକୁ ଦିଅ, ଆଇକାର୍ଡ ଦେଖି ନୁହେଁ: ଯୋଗୀ

ଲକ୍ଷ୍ନୌ: ଶୁକ୍ରବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, କମ୍ୟୁନିଟି କିଚେନ୍‌ର ରନ୍ଧା ଖାଦ୍ୟ ସମସ୍ତ ଭୋକିଲାଙ୍କ ପାଇଅ। ପରିଚୟ ପତ୍ର ନଥିଲେ ମଧ୍ୟ ଖାଇବାକୁ ଦେବାକୁ ସେ କହିଛନ୍ତି। ସେ କହିଛନ୍ତି, “ଯଦି କାହାର ଆଧାର କାର୍ଡ, ରାସନ୍‌ କାର୍ଡ, ବିପିଏଲ୍ କାର୍ଡ ନାହିଁ ସେ ଭୋକିଲା ଥିଲେ ତାଙ୍କୁ ଖାଇବାକୁ ଦିଅ। ଆଶ୍ରୟସ୍ଥଳର ସବୁ ଲୋକଙ୍କୁ ଖାଇବାକୁ ଦିଆଯିବା ଦରକାର। ଆମକୁ ନିଶ୍ଚିତ କରିବାକୁ ହେବ ଯେ, କେହି ମଧ୍ୟ ଯେପରି ଭୋକିଲା ନ ରହୁନ୍ତି।”

ସରକାରୀ ସୂତ୍ରରୁ କୁହାଯାଇଛି, ଯେକେହି ସହରର ବାସିନ୍ଦା ହୋଇନଥିଲେ ମଧ୍ୟ ତାଙ୍କୁ ଖାଇବାକୁ ଦିଆଯିବ। ଜରୁରୀକାଳୀନ ସାମଗ୍ରୀ ବିକ୍ରିରେ ଓଜନ ଠକେଇ କରିବା ଏବଂ ବିଶେଷ କରି ସରକାରୀ ଦୋକାନରେ ଏପରି କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଧମକାଇଛନ୍ତି।

ଏହା ପୂର୍ବରୁ ସ୍ଥାନୀୟ ସରକାର ନିର୍ଦ୍ଦେଶ ଦେଇଥିଲେ, ଯେଉଁ ସଂସ୍ଥା ବା ବ୍ୟକ୍ତି ନିରାଶ୍ରୟଙ୍କୁ ସହାୟତା କରିବାକୁ ଚାହୁଁଥିବେ ସେମାନେ ସରକାରଙ୍କୁ ଯୋଗାଯୋଗ କରନ୍ତୁ। ସେମାନେ ସିଧା ଖାଦ୍ୟ ପ୍ୟାକେଟ୍‌ ନବାଣ୍ଟି ସରକାରୀ କମ୍ୟୁନିଟି କିଚେନ୍‌କୁ ଯୋଗାଯୋଗ କରିବାକୁ ସେ କହିଥିଲେ।

[ad_2]
Show More
Back to top button