ବାରିପଦା(ମାଣିକ ଲାଲ ପାଣି): କରୋନା ପାଇଁ ବହୁ ବେସରକାରୀ ସଂସ୍ଥା ନିଜ କର୍ମଚାରୀଙ୍କୁ ଛଟେଇ କରୁଥିବା ବେଳେ ଅନେକ କମ୍ପାନୀ କର୍ମଚାରୀଙ୍କ ଦରମା କାଟିବାକୁ ପଛଘୁଞ୍ଚା ଦେଉ ନାହାନ୍ତି। ଏଭଳି ସ୍ଥିତିରେ ଦରମା କାଟ ନ କରିବାକୁ ବିଭିନ୍ନ ବେସରକାରୀ ସଂସ୍ଥାମାନଙ୍କୁ ସରକାର ପରାମର୍ଶ ଦେଉଥିବା ବେଳେ ସରକାରୀ ସଂସ୍ଥାରେ ମଧ୍ୟ ବିଭିନ୍ନ ଆଳ ଦେଖାଇ କର୍ମଚାରୀଙ୍କୁ ଛଟେଇ କରାଯାଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାସ୍ଥିତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ।
ଆହୁରି ପଢ଼ନ୍ତୁ
ଗତବର୍ଷ ଏହି ପ୍ରକଳ୍ପରେ ୬୫୦ ଯୁବକଙ୍କ ସବୁଜ ବାହିନୀ ଭାବେ ଯୋଗ ଦେଇଥିଲେ । ଜଙ୍ଗଲ ସୁରକ୍ଷା ସହ ବନ୍ୟଜନ୍ତୁମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ଯୁବକମାନଙ୍କୁ ନିୟୋଜିତ କରାଯାଇଥିଲା। ନଅ ମାସ ହେବ ଏହି ବନ କର୍ମଚାରୀଙ୍କୁ ଦରମା ଦିଆଯାଉନଥିବା ବେଳେ ତିନି ଶହରୁ ଅଧିକ ବନ କର୍ମଚାରୀଙ୍କୁ ଛଟେଇ ପାଇଁ ନୋଟିସ କରାଯାଇଛି। ଏନେଇ ବନ କର୍ମଚାରୀ ବି ଚିନ୍ତାରେ ପଡ଼ି ଯାଇଛନ୍ତି। କିଛି ବନ କର୍ମଚାରୀ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପନିର୍ଦେଶକଙ୍କୁ ଭେଟିବା ପରେ ମଧ୍ୟ କିଛି ବିକଳ୍ପ ବାହାରି ନାହିଁ। ତେବେ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ।