ସଞ୍ଜୟ ଦତ୍ତଙ୍କ ଝିଅର ବୟଫ୍ରେଣ୍ଡଙ୍କ ମୃତ୍ୟୁକୁ ପୂରିଲା ବର୍ଷେ, ଏମିତି କଲେ ଇମୋସନାଲ୍‌ ପୋଷ୍ଟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଲା ଦତ୍ତଙ୍କୁ ସୋଶାଲ୍‌ ମିଡିଆରେ ପ୍ରାୟ ସମୟ ସକ୍ରିୟ ରହିବାର ଦେଖିବାକୁ ମିଳେ। ବ୍ୟକ୍ତିଗତ ଜୀବନରେ ଘଟିଥିବା ଘଟଣା ଦୁର୍ଘଟଣାକୁ ମଧ୍ୟ ତ୍ରିଶାଲା ସୋଶାଲା ମିଡିଆରେ ଶେଆର କରିଛନ୍ତି। ନିକଟରେ ସେ ତାଙ୍କ ବୟଫ୍ରେଣ୍ଡଙ୍କ ଦେହାନ୍ତକୁ ବର୍ଷେ ପୂରିବା ଅବସରରେ ଏକ ଇମୋସନାଲ୍‌ ପୋଷ୍ଟ କରିଥିଲେ। ସେ ଏହି ପୋଷ୍ଟରେ କେବଳ ତାଙ୍କ ବୟଫ୍ରେଣ୍ଡ ନୁହେଁ ତାଙ୍କ ମାଙ୍କ ବିଷୟରେ ମଧ୍ୟ ଲେଖିଥିଲେ। ତ୍ରିଶାଲା ତାଙ୍କ ପୋଷ୍ଟରେ ଲେଖିଥିଲେ, ଆଠ ବର୍ଷ ବୟସରେ ମୋ ମାଆକୁ ହରେଇବା ପରେ ଏମିତି ଏକ ସୁନ୍ଦର ମଣିଷକୁ ହରେଇବାକୁ ମୁଁ ଆଦୌ ପ୍ରସ୍ତୁତ ନଥିଲି।

ତ୍ରିଶାଲା ତାଙ୍କ ବୟଫ୍ରେଣ୍ଡକୁ ମନେ ପକାଇ ଲେଖିଛନ୍ତି, ଆଜି ଗୋଟେ ବର୍ଷ ହେଇଯାଇଛି। ଗତ ବର୍ଷ ଏହି ଦିନ ମୋ ପାଦ ତଳୁ ମାଟି ଖସିଯାଇଥିଲା। ସୋଶାଲ୍‌ ମିଡିଆରୁ ମଧ୍ୟ ମୁଁ ଦୂରେଇ ଯାଇଥିଲି। ମୁଁ ଆଠ ବର୍ଷ ବୟସରେ ମୋ ମାଆକୁ ହରେଇବା ପରେ ନିଜକୁ ଆୟତ୍ତରେ ଆଣିବାକୁ ବେଶ୍‌ ସମୟ ଲଗାଇଥିଲି। ଶେଷରେ ଏହି ସୁନ୍ଦର ଆତ୍ମାକୁ ମଧ୍ୟ ମତେ ହରେଇବାକୁ ପଡିଲା। ଏହାପରେ ମୁଁ ଚାକିରି ଛାଡିଥିଲି କାରଣ ମୋର ମାନସିକ ଅବସ୍ଥା ଠିକ୍‌ ନଥିଲା। ଲୋକମାନେ ମତେ ସହାୟତା କରିବା ପାଇଁ ଆଗକୁ ଆସିଥିଲେ। ଏବେ ବି ମୋ ପାଖରେ ଯେଉଁ ସ୍ମୃତି ଅଛି ସେସବୁ ଦେଖି ମୁଁ ଆଗକୁ ବଢିଚାଲିଛି।

ଆହୁରି ପଢ଼ନ୍ତୁ

ତ୍ରିଶାଲା ଆହୁରି ଲେଖିଛନ୍ତି, ସେ ଏମିତି ଏକ ମଣିଷ ଥିଲେ ଯେ ମତେ ସବୁବେଳେ ସୁରକ୍ଷିତ ଅନୁଭବ କରାଉଥିଲେ। ସେ ମତେ ହସାଉଥିଲେ। ସବୁବେଳେ ସେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଥିଲେ। ମୋ ଜୀବନର ସେ ଏମିତି ଏକ ଅଂଶ ଥିଲେ ଯାହାକୁ ପାଇ ମୁଁ ଖୁସିଥିଲି। ତାଙ୍କୁ ପାଇଁ ମୁଁ ମୋ ନିଜକୁ ସବୁଠୁ ବଡ ଭାଗ୍ୟବାନ ଝିଅ ବୋଲି ଅନୁଭବ କରୁଥିଲି।

 

 

ଆହୁରି ପଢ଼ନ୍ତୁ



[ad_2]

Exit mobile version