ସଚିବାଳୟ କର୍ମଚାରୀଙ୍କ ପାଇଁ ଆସିଲା ‘ସାନିଟାଇଜର ଟନେଲ’

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ଲୋକମାନେ ସାନିଟେଇଜ ହେଲେ, ରାସ୍ତା ଘାଟ ଓ ଗଳିକନ୍ଦି ସାନିଟେଇଜ ହେଉଛି। ଏବେ ଅଫିସ ହେବ ସାନିଟାଇଜ। ରାଜ୍ୟର ପ୍ରଥମ ଥର ପାଇଁ ସଚିବାଳୟରେ ଲାଗିବାକୁ ଯାଉଛି ସାନିଟାଇଜର ଟନେଲ। ଏହାର ନାମ ରହିଛି ‘ମୋ ସାନିଟାଇଜର ଟନେଲ’। ଗୁରୁବାର ଏହାର ପରୀକ୍ଷାମୂଳକ ଭାବରେ ଏହାକୁ ଚାଲୁ କରାଯାଇଛି। ୟଙ୍ଗ ଇଣ୍ଡିଆ ସଂସ୍ଥା ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି।

ଟନେଲଟି ଏକ କଠୋରୀ ଭଳି ରହିଛି। ଏହା ଭିତରେ ପ୍ରବେଶ କଲେ ଏକ କେମିକାଲ ସ୍ପ୍ରେ ହେବ। ଗୋଟିଏ ପଟେ ପ୍ରବେଶ କରିବେ ଅନ୍ୟପଟେ ପ୍ରସ୍ତାନର ବ୍ୟବସ୍ଥା ରହିଛି। ମାତ୍ର ୨-୩ ସେକେଣ୍ଡ ମଧ୍ୟରେ ଜଣେ ଜୀବାଣୁମୁକ୍ତ ହେବେ। ଏଭଳି ହେଲେ କୋଭିଡ-୧୯ ଭାଇରସ ଭଳି ଘାତକ ଭାଇରସର ସଂକ୍ରମଣକୁ ଯଥା ସମ୍ଭବ ଦୂରେଇ ହେବ। ଏଥିସହ ସଂକ୍ରମଣର ଆଶଙ୍କା କମିଯିବ। ଯଦି ଏହା ସଫଳ ହେବ ତାହେଲେ ଆଗାମୀ ଦିନରେ ରାଜ୍ୟର ଅନ୍ୟାନ୍ୟ ଅଫିସରେ ଲଗାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ତେଲେଙ୍ଗାନାରେ ପ୍ରଥମ ଥର ଏପ୍ରିଲ ୫ ତାରିଖରେ ତେଲେଙ୍ଗାନା ଡିଜିପି ଅଫିସରେ ଏଭଳି ଟନେଲ ବସିଥିଲା। ଏବେ ଦେଶର ଅନେକ ସ୍ଥାନରେ ଥିବା ବଡ଼ ବଡ଼ ଅଫିସରେ ଏଭଳି ଟନେଲ ସ୍ଥାପନ କରାଯାଉଥିବା ଦେଖିବାକୁ ମିଳିଛି।

[ad_2]
Exit mobile version