ଆଜି ବସନ୍ତ ପଞ୍ଚମୀ : ଜାଣନ୍ତୁ କିଛି ବିଶେଷ କଥା


ସତ୍ୟଶିଖା ୧୬/୦୨/୧୦୨୧ : ଆଜି ସରସ୍ୱତୀ ପୂଜା । ମାଘମାସ ଶୁକ୍ଳପକ୍ଷର ପଞ୍ଚମୀ ତିଥିକୁ ବିଦ୍ୟା ଓ ବୁଦ୍ଧିର ଦେବୀ ମା’ସରସ୍ୱତୀଙ୍କ ଉପାସନା କରାଯାଏ । ଏହି ଉପାସନା ପର୍ବକୁ ବସନ୍ତ ପଞ୍ଚମୀ କୁହାଯାଏ । ଆଜିର ଦିନରେ ବିବାହ, ଗୃହ ନିର୍ମାଣ ତଥା ଅନ୍ୟାନ୍ୟ ଶୁଭକାର୍ୟ୍ୟ କରାଯାଇଥାଏ । ବିଦ୍ୟାଦାୟିନୀ ମା’ ସରସ୍ୱତୀ ଛାତ୍ରଛାତ୍ରୀ ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାଆନ୍ତି । ଯେଉଁ ମାନଙ୍କର ପାଠ ପଢିବାରେ ସମସ୍ୟା ରହିଥାଏ, ଏହି ଦିନ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ ।
ଏପରି କରନ୍ତୁ ମା’ ସରସ୍ୱତୀଙ୍କ ପୂଜା
– ଆଜିର ଦିନରେ ହଳଦିଆ କିମ୍ବା ଧଳା ବସ୍ତ୍ର ଧାରଣ କରନ୍ତୁ। କଳା ବସ୍ତ୍ର ପିନ୍ଧନ୍ତୁ ନାହିଁ ।
– ଉତ୍ତର ଦିଗକୁ ମୁଖ କରି ମା’ଙ୍କୁ ପୂଜା କରନ୍ତୁ ।
– ମା’ଙ୍କୁ ଶ୍ୱେତ ଚନ୍ଦନ, ହଳଦିଆ ଓ ଧଳା ଫୁଲ ଅବଶ୍ୟ ଅର୍ପଣ କରନ୍ତୁ ।
– ଭୋଗରେ ଦହି, ମିଶ୍ରି ଓ ଲବଙ୍ଗ ମା’ଙ୍କୁ ନିଶ୍ଚୟ ଅର୍ପଣ କରନ୍ତୁ ।
– କେସର ମିଶ୍ରିତ ଖିରୀ ଅର୍ପଣ କରନ୍ତୁ ।
– ମା’ଙ୍କ ମନ୍ତ୍ର ଜପ କରନ୍ତୁ ।
– ମନ୍ତ୍ର ଜପ ପରେ ପ୍ରସାଦ ଗ୍ରହଣ କରନ୍ତୁ ।
– ମା’ଙ୍କ ସମ୍ମୁଖରେ ନୀଳ ସରସ୍ୱତୀ ସ୍ତୋତ୍ର ପାଠ କରନ୍ତୁ। ଏପରି କରିବା ଦ୍ୱାରା ଉତ୍ତମ ଜ୍ଞାନ ଓ ବୁଦ୍ଧି ପ୍ରାପ୍ତ ହୋଇଥାଏ ।
– ମା’ଙ୍କ ଉପାସନାରେ ଏହି ସମସ୍ୟା ଦୂର ହୋଇଥାଏ…….
ଯେଉଁମାନଙ୍କର ଏକାଗ୍ରତାରେ ସମସ୍ୟା ସୃଷ୍ଟି ହୋଇଥାଏ, ସେମାନେ ଆଜି ଠାରୁ ପ୍ରତିଦିନ ସରସ୍ୱତୀ ବନ୍ଦନା ପାଠ କରନ୍ତୁ ।
– ପାଠପଢା କକ୍ଷରେ ମା’ଙ୍କ ଫଟୋ ନିଶ୍ଚୟ ଲଗାନ୍ତୁ ।