ସଚିନଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କୋହଲି ଓ ବୀରୁ

ନୂଆଦିଲ୍ଲୀ: ମାଷ୍ଟର୍ ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକରଙ୍କ ଜନ୍ମଦିନରେ ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛା ମିଳୁଛି। ତେବେ ସଚିନ କରୋନାଭାଇରସ୍ ଯୋଗୁ ଚଳିତବର୍ଷ ନିଜର ଜନ୍ମଦିନ ପାଳନ କରୁନାହନ୍ତି। ୪୭ ବର୍ଷରେ ପଦାର୍ପଣ କରିଥିବା ସଚିନଙ୍କୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କଠାରୁ ଆରମ୍ଭ କରି ଅନେକ ପୂର୍ବତନ ଏବଂ ବର୍ତ୍ତମାନ ଖେଳାଳି ବଧେଇ ଜଣାଇଛନ୍ତି।

କୋହଲି ନିଜର ଟ୍ୱିଟର୍ ଆକାଉଣ୍ଟରେ ଲେଖିଛନ୍ତି, ଯେଉଁ ବ୍ୟକ୍ତି ଅନେକେଙ୍କୁ କ୍ରିକେଟ୍‌ ଖେଳିବା ପାଇଁ ପ୍ରେରଣା ଦେଇଛନ୍ତି, ତାଙ୍କୁ ଜନ୍ମଦିନର ଶୁଭେଚ୍ଛା। ଆପଣଙ୍କ ଦିନ ଶୁଭମୟ ହେବ ପାଜି। ସଚିନଙ୍କ ବ୍ୟତୀତ ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ମଧ୍ୟ ନିଆରା ଢଙ୍ଗରେ ସଚିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ବୀରୁ ଟ୍ୱିଟ୍ କରିଛନ୍ତି ଯେ ସତ କଥା ଯେ ଯେତେବେଳେ ଏହି ମହାନ୍ ବ୍ୟାଟ୍ସମ୍ୟାନ୍ ବ୍ୟାଟିଂ କରୁଥିଲେ, ସେତେବେଳେ ସେ ସମୟକୁ ରୋକି ଦେଉଥିଲେ। କିନ୍ତୁ ସଚିନଙ୍କ କ୍ୟାରିୟରର ସବୁଠାରୁ ବଡ଼ ପ୍ରେରଣା ଏହି ଦୁଇଟି ଫଟୋରେ ଦେଖିବାକୁ ମିଳିଛି। ବିଶେଷକରି ଏଭଳି ସଙ୍କଟ ସମୟରେ ଏହାକୁ ମନେ ରଖିବା ନିହାତି ଜରୁରୀ ଯେ ପ୍ରତି ସଙ୍କଟ ପରେ ବିଜୟ ନିଶ୍ଚୟ ମିଳେ।

ଭାରତର ପୂର୍ବତନ କ୍ୟାପଟେନ୍ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିଜ ସାଥୀ ଖେଳାଳିଙ୍କୁ ବଧେଇ ଜଣାଇ କହିଛନ୍ତି, ସଚିନଙ୍କୁ ଜନ୍ମଦିନର ଶୁଭେଚ୍ଛା। ଆପଣଙ୍କ ଜୀବନ ସୁସ୍ଥ ଏବଂ ଖୁସୀମୟ ହେଉ।

ସେହିପରି ୨୦୧୧ ବିଶ୍ୱକପ୍ ବିଜେତା ହିରୋ ଯୁବରାଜ ସିଂହ କହିଛନ୍ତି, ମାଷ୍ଟର୍ ବ୍ଲାଷ୍ଟରଙ୍କୁ ଜନ୍ମଦିନର ଶୁଭେଚ୍ଛା। ଆପଣଙ୍କ ଜୀବନ ରେକର୍ଡ ଭଳି ଚମକୁଥାଉ ଏବଂ ଆପଣ ନିଜ ମହତ କାମ ଦ୍ୱାରା ଲୋକଙ୍କୁ ନିୟମିତ ପ୍ରେରିତ କରୁଥାନ୍ତୁ।

ଆହୁରି ପଢ଼ନ୍ତୁ

ସେହିପରି ସଚିନଙ୍କ ସହ ଖେଳିଥିବା ପୂର୍ବତନ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ, ଗୌତମ ଗମ୍ଭୀର, ମହମ୍ମଦ କୈଫ୍, ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ, ଷ୍ଟାର୍ ଆଥଲେଟ୍ ହିମା ଦାସଙ୍କ ବ୍ୟତୀତ ବିସିସିଆଇ ମଧ୍ୟ ସଚିନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।



[ad_2]

Exit mobile version