ବିଦେଶ

ସଙ୍କଟ ବେଳେ ୟୁଏଇ ଗଲେ ଭାରତର କରୋନା ଯୋଦ୍ଧା

ନୂଆଦିଲ୍ଲୀ: ଇସଲାମିକ ଦେଶରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକର୍ମୀ ଅଭାବ ଥିବାରୁ ଭାରତରୁ ସ୍ୱାସ୍ଥ୍ୟ କର୍ମୀ ପଠାଇବାକୁ ନିବେଦନ କରିଥିଲା ୟୁଏଇ। ଏବେ ଭାରତ ସରକାର ‘ମିଶନ ସାଗର’ ଜରିଆରେ ୮୮ ଜଣ ନର୍ସଙ୍କୁ ୟୁଏଇ ପଠାଇଛନ୍ତି। ଏହାବାଦ୍ ଭାରତ ମାଳଦ୍ୱୀପ, ମୋରିସସ, ମେଡାଗାସ୍କରସ କୋମୋରୋସ ଏବଂ ସେଶୋଲ୍ସକୁ ଚିକିତ୍ସା ସହାୟତା କରିଛ ଭାରତ।

ଆହୁରି ପଢ଼ନ୍ତୁ

ସୂଚନାଯୋଗ୍ୟ, ଇସଲାମିକ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ଅତିକ୍ରମ କରିଛି। ୮୮ ଜଣିଆ ନର୍ସ ଟିମ୍ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ରର ଏଷ୍ଟର ହେଲଥକେୟାର ହସ୍ପିଟାଲର। ୟୁଏଇରେ ପହଞ୍ଚିବା ପରେ ଏହି ନର୍ସମାନେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବେ। ଏବାପରେ ବିଭିନ୍ନ ହସ୍ପିଟାଲକୁ ଚିକିତ୍ସା ପାଇଁ ଯିବେ। ଶନିବାର ଏହି ନର୍ସ ଟିମ୍ ସ୍ୱତନ୍ତ୍ର ବିମାନ ଯୋଗେ ଯୁଏଇରେ ପହଞ୍ଚିଛି।

ଏହାପୂର୍ବରୁ ଭାରତ ଶହେରୁ ଅଧିକ ଦେଶକୁ କରୋନା ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଯୋଗାଇଥିଲା। ବିପତ୍ତି ବେଳେ ପଡ଼ୋଶୀ ଦେଶକୁ ସହଯୋଗ କରିବା ପାଇଁ ଭାରତ ଦୃଢ଼ ପ୍ରତିଶ୍ରୁତିବଦ୍ଧ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି।

[ad_2]
Show More
Back to top button