ଦେଶନ୍ୟୁଜ୍

ଆଜିଠୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ୩ ଦିନିଆ ଜମୁ କଶ୍ମୀର ଗସ୍ତ

ସତ୍ୟଶିଖା(ନୂଆଦିଲ୍ଲୀ )୨୩.୧୦ .୨୦୨୧:  କଶ୍ମୀର ଘାଟୀରେ ଟାରର୍ଗେଟ କିଲିଂ ଘଟଣା ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜିଠାରୁ ୩ ଦିନିଆ ଜମୁ କଶ୍ମୀର ଗସ୍ତ କରୁଛନ୍ତି। ଏଥି ପାଇଁ କେନ୍ଦ୍ର ଶାସିତ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରିଦିଆଯାଇଛି। ଅମିତ ଶାହା ନିଜର ଗସ୍ତ କାଳରେ ଯେଉଁ ଯେଉଁ ସ୍ଥାନରେ ରହିବେ, ଏହି ଠାରୁ ଅନେକ କିଲୋମିଟର ପରିସୀମାକୁ ସୁରକ୍ଷିତ ରଖିବା ପାଇଁ କଡ଼ା ବ୍ୟବସ୍ଥା କରାଯାଇଛି। କଶ୍ମୀରରେ ଟାର୍ଗେଟ କିଲିଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହା ଜମୁ କଶ୍ମୀରକୁ ନିଜର ସ୍ବତନ୍ତ୍ର ଟିମ ପଠାଇଛନ୍ତି।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶାହା ଜମୁ କଶ୍ମୀରରେ ୩ ଦିନ ରହିବେ। ଘାଟୀ ପହଂଚିବା ପରେ ଶାହା ରାଜଭବନ ଯିବେ ସେଠାରେ ସମସ୍ତ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାର ମୁଖ୍ୟଙ୍କ ସହିତ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବେ। ଯେଉଁ ପରିବାର ଗୁଡ଼ିକ ଆତଙ୍କବାଦୀଙ୍କ ଶିକାର ହୋଇଛନ୍ତି, ସେମାନଙ୍କୁ ଶାହା ସାକ୍ଷାତ କରିପାରନ୍ତି। ଏହା ବ୍ୟତୀତ ଶାହା ଜମୁରେ ବିଜେପି ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଗସ୍ତର ୩ୟ ଦି‌ନରେ ଅମିତ ଶାହା ଏକ ଜନସଭାକୁ ସମ୍ବୋଧିତ କରିବେ।

ତେବେ ଶାହାଙ୍କ ଗସ୍ତ ପୂର୍ବରୁ ଘାଟୀର କିଛି ଅଂଚଳରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ପୋଲିସ ମଧ୍ୟ ବଡ଼ ସଂଖ୍ୟାରେ ଦୁଇ ଚକିଆ ଯାନ ଜବତ କରିଛି। ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ନେଇ ପିଡିପି ନେତ୍ରୀ ମହବୁବା ମୁଫ୍‌ତି ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଏହା ସାମାଜିକ ଦଣ୍ଡ। କିନ୍ତୁ ପୋଲିସ କହିଛି ଯେ, ଏହା ଆତଙ୍କବାଦୀ ନିୟନ୍ତ୍ରଣ ଅଭିଯାନର ଅଂଶବିଶେଷ।

Show More
Back to top button