ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରୁ ହଠାତ୍‌ ସ୍ୱାସ୍ଥ୍ୟ ସଚିବଙ୍କ ବଦଳି

ଚେନ୍ନାଇ: ତାମିଲନାଡୁରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮ ହଜାର ପାର ହେବାରୁ ସରକାର ତରବରିଆ ଭାବେ ସ୍ୱାସ୍ଥ୍ୟ ସଚିବ ବୀଲା ରାଜେଶଙ୍କ ବଦଳି କରିଦେଇଛନ୍ତି। ନିର୍ଦ୍ଦେଶନାମା ଅନୁଯାୟୀ, ବୀଲା ରାଜେଶଙ୍କୁ ବ୍ୟବସାୟିକ ଟିକସ ଓ ପଞ୍ଜୀକରଣ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି।

ଏନ୍‌ ମୁରୁଗାନନ୍ଦମଙ୍କ ସ୍ଥାନରେ ବୀଲା ରାଜେଶ ଦାୟିତ୍ୱ ଗ୍ରହଣ କରିବେ। ମୁରୁଗାନନ୍ଦମ ପୂର୍ବରୁ ଏହି ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିଥିଲେ। ବର୍ତ୍ତମାନ ତାମିଲନାଡୁର ସ୍ୱାସ୍ଥ୍ୟ ସଚିବ ଭାବେ ଜେ ରାଧାକ୍ରିଷ୍ଣନ୍ନଙ୍କୁ ଦାୟିତ୍ୱ ମିଳିଛି।

ଆହୁରି ପଢ଼ନ୍ତୁ

ବରିଷ୍ଠ ଆଇଏଏସ ଅଫିସର ରାଧାକ୍ରିଷ୍ଣନ୍ନ ଏବେ ଚେନ୍ନାଇ ପାଇଁ ସ୍ପେଶାଲ ନୋଡାଲ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି। ୧୯୬୨ ମସିହା ବ୍ୟାଚ୍‌ର ଆଇଏଏସ ରାଧାକ୍ରିଷ୍ଣନ୍ନ ୨୦୧୯ ଫେବୃଆରୀମାସ ଯାଏ ତାମିଲନାଡୁର ସ୍ୱାସ୍ଥ୍ୟ ସଚିବ ଭାବେ କାର୍ଯ୍ୟ କରିଥିଲେ।

ତାଙ୍କୁ ପରିବହନ ସଚିବ ଭାବେ ବଦଳି କରାଯାଇ ବୀଲା ରାଜେଶଙ୍କୁ ସ୍ୱାସ୍ଥ୍ୟ ସଚିବ କରାଯାଇଥିଲା।

[ad_2]
Exit mobile version