ଖେଳ

ଷ୍ଟୋକ୍ସ ଏବଂ ପାଣ୍ଡାଙ୍କ ମଧ୍ୟରୁ କିଏ ଉନ୍ନତ ଅଲରାଉଣ୍ଡର, ଜବାବ ଦେଲେ ଅଷ୍ଟ୍ରେଲୀୟ କ୍ରିକେଟର୍‌

ନୂଆଦିଲ୍ଲୀ: କ୍ରିକେଟରେ ଅଲରାଉଣ୍ଡରଙ୍କ ଭୂମିକା ଯେ କେତେ ଗୁରୁତ୍ୱପୂର୍ଣ୍ଣ, ତାହା ସମସ୍ତେ ଜାଣନ୍ତି। ଇଂଲଣ୍ଡର ଷ୍ଟାର୍ କ୍ରିକେଟର୍ ବେନ୍ ଷ୍ଟୋକ୍ସ ଓ ଭାରତର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ସମୟର ଦୁଇ ଅଗ୍ରଣୀ ଅଲରାଉଣ୍ଡର। କିନ୍ତୁ ଏମାନଙ୍କ ମଧ୍ୟରୁ କିଏ ଉନ୍ନତ, ତା’ର ଜବାବ ଦେଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ବ୍ରାଡ୍ ହଗ୍। ହଗଙ୍କ ମତରେ ବେନ୍ ଷ୍ଟୋକ୍ସ ହିଁ ଉନ୍ନତ ଅଲରାଉଣ୍ଡର।

ପାଣ୍ଡ୍ୟା ଓ ଷ୍ଟୋକ୍ସଙ୍କ ମଧ୍ୟରେ ସର୍ବଦା ତୁଳନା କରାଯାଏ ଏବଂ ଏହା ମଧ୍ୟରେ ଜଣେ ଭାରତୀୟ ପ୍ରଶଂସକ ଅଷ୍ଟ୍ରେଲିଆର ଏହି ପୂର୍ବତନ ବୋଲରଙ୍କୁ ନିଜ ପସନ୍ଦ ପଚାରିଥିବା ବେଳେ ସେ ଇଂଲିଶ କ୍ରିକେଟରଙ୍କୁ ହିଁ ବାଛିଥିଲେ। ହଗ୍ ଟ୍ୱିଟରରେ ଜଣେ ୟୁଜରଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି, ହାର୍ଦ୍ଦିକଙ୍କ ପାଖରେ ଅନେକ କ୍ଷମତା ଅଛି, କିନ୍ତୁ ମୋ ଟିମର ଏକାଦଶରେ ଷ୍ଟୋକ୍ସ ହିଁ ରହିବେ। ଷ୍ଟୋକ୍ସଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ ହାର୍ଦ୍ଦିକ ପାଖରେ ସେତେଟା ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଖେଳିବାର ଅଭିଜ୍ଞତା ନାହିଁ, ତେଣୁ ତାଙ୍କୁ (ହାର୍ଦ୍ଦିକ) ଏବେ ଭଲ ଅଲରାଉଣ୍ଡର ହେବା ପାଇଁ ଅପେକ୍ଷା କରିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ

ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ କାରଣରୁ ଦୀର୍ଘଦିନ ହେବ ଟିମରୁ ବାହାରେ ଥିଲେ। କିନ୍ତୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳକୁ କମବ୍ୟାକ୍ କରିଥିଲେ। ତେବେ ବର୍ଷା ଯୋଗୁ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଧୋଇ ହୋଇଯାଇଥିଲା ଏବଂ ଏହା ପରେ କରୋନା ଭାଇରସ୍ କାରଣରୁ ଏହି ପୂରା ସିରିଜକୁ ସ୍ଥଗିତ କରିଦିଆଗଲା। ଏଭଳି ସ୍ଥିତିରେ ହାର୍ଦ୍ଦିକଙ୍କ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବାର ଅପେକ୍ଷା ବଢ଼ିଯାଇଛି।

ଏପର୍ଯ୍ୟନ୍ତ ୬୩ ଟେଷ୍ଟ, ୯୫ ଦିନିକିଆ ଓ ୨୬ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିସାରିଥିବା ଷ୍ଟୋକ୍ସ ଜାନୁଆରୀରେ ଆଇସିସି କ୍ରିକେଟର୍ ଅଫ୍ ଦି ଇୟର୍ ବିବେଚିତ ହୋଇଥିଲେ। ସେହିପରି ହାର୍ଦ୍ଦିକ ଭାରତ ପକ୍ଷରୁ ୧୧ ଟେଷ୍ଟ, ୫୪ ଦିନିକିଆ ଓ ୪୦ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।



[ad_2]

Show More
Back to top button