ଖେଳ

ଶ୍ରୀଲଙ୍କା କ୍ରିକେଟରଙ୍କ ନିଆରା ପ୍ରୟାସ, ଦାନ କଲେ ମେଡିକାଲ ଉପକରଣ

କଲମ୍ବୋ: କୋଭିଡ୍‌-୧୯ ମହାମାରୀ ଯୋଗୁ ସାରା ବିଶ୍ୱ ଚିନ୍ତିତ। ପୂରା ଦୁନିଆରେ ଏପର୍ଯ୍ୟନ୍ତ ୨୧ହଜାରରୁ ଅଧିକ ଲୋକ ଏଥିରେ ମୃତ୍ୟୁବରଣ କରିଛନ୍ତି। ଏହି ମହାମାରୀ ଲଢ଼େଇ ବିରୋଧରେ କ୍ରୀଡ଼ାଜଗତ ଏକଜୁଟ୍ ହୋଇଛି। ବାଂଲାଦେଶ କ୍ରିକେଟରଙ୍କଠାରୁ ଆରମ୍ଭ କରି ଟେନିସ୍ ଷ୍ଟାର୍ ରୋଜର ଫେଡେରର, ତାରକା ଶଟଲର୍ ପିଭି ସିନ୍ଧୁ, ପାକିସ୍ତାନ କ୍ରିକେଟର ନିଜ ନିଜ ଦେଶର ସହାୟତା ପାଇଁ ଡୋନେଶନ୍ ଦେଇଛନ୍ତି। କିନ୍ତୁ ଏହା ମଧ୍ୟରେ ଶ୍ରୀଲଙ୍କା କ୍ରିକେଟରମାନେ ସହାୟତା ପାଇଁ ନିଆରା ପଦକ୍ଷେପ ଉଠାଇଛନ୍ତି।

ସେମାନେ ନିଜ ଦେଶବାସୀଙ୍କ ସହାୟତା ପାଇଁ ଆବଶ୍ୟକ ମେଡିକାଲ୍ ଉପକରଣ କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ଶ୍ରୀଲଙ୍କା କ୍ରିକେଟର ପ୍ରେସ୍ ରିଲିଜ୍ ମୁତାବକ, ଶ୍ରୀଲଙ୍କା କ୍ରିକେଟର ଭିଡିଓ ଲେରିଙ୍ଗୋସ୍କୋପ୍ସ କିଣିବା ପାଇଁ ଡୋନେଶନ୍ କରିଛନ୍ତି, ଯାହା କରୋନାଭାଇରସ୍ ସଂକ୍ରମଣର ଚିକିତ୍ସା ପାଇଁ ପ୍ରମୁଖ ମେଡିକାଲ୍ ଉପକରଣ। ଏହି ଉପକରଣ ବାହାରୁ ଅଣାଯାଏ ଏବଂ ଶ୍ରୀଲଙ୍କାରେ ଏହି ଉପକରଣ ପହଞ୍ଚିବା ପରେ ତୁରନ୍ତ କ୍ରିକେଟରମାନେ ସରକାରଙ୍କୁ ଏହା ପ୍ରଦାନ କରିବେ।

ଆହୁରି ପଢ଼ନ୍ତୁ

ଏହା ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଦେଶର ସରକାରଙ୍କୁ କରୋନାଭାଇରସ୍ ସଂକ୍ରମଣ ବିରୋଧରେ ଲଢ଼େଇ ପାଇଁ ୨୫ଲକ୍ଷ ଟଙ୍କା ପ୍ରଦାନ କରିସାରିଛି। ଶ୍ରୀଲଙ୍କାର ରାଷ୍ଟ୍ରପତି ମହିନ୍ଦା ରାଜପାକସା ଟ୍ୱିଟର ଜରିଆରେ ଶ୍ରୀଲଙ୍କା କ୍ରିକେଟକୁ ଏହି ଡୋନେଶନ୍ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ଏହି ମହାମାରୀରେ ଶ୍ରୀଲଙ୍କାରେ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ତେବେ ବଡ଼ କଥା ହେଉଛି, ଶ୍ରୀଲଙ୍କାରେ ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନାହିଁ।



[ad_2]

Show More
Back to top button