ରାଜ୍ୟ
ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପ୍ୟାଥି | Satyasikha


ପୁରୀ(ସତ୍ୟଶିଖା): ଶ୍ରୀମନ୍ଦିର ସେବାୟତଙ୍କୁ ହୋମିଓପ୍ୟାଥି ଔଷଧ ଦିଆଯିବ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପ୍ୟାଥି ଔଷଧ ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ସେଥିପାଇଁ ଆସନ୍ତାକାଲିଠାରୁ ନୀଳାଦ୍ରି ଭକ୍ତ ନିବାସରେ ଏକ ସ୍ୱାସ୍ଥ୍ୟ ଶିବିର ହେବ। ଏହି ଶିବର ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଶ୍ରୀମନ୍ଦିର ୨୨୦୦ ସେବାୟତଙ୍କୁ ଏହି ଔଷଧ ଦିଆଯିବ।
ଆହୁରି ପଢ଼ନ୍ତୁ
୭୪ ଜଣ ଦଇତାପତିଙ୍କୁ ଆସନ୍ତା ୯ ତାରିଖରେ ଏହି ଔଷଧ ଦିଆଯିବ। ସେହିପରି ୩୪୫ଜଣ ପ୍ରତିହାରୀ ସେବାୟତଙ୍କୁ ୧୦ ତାରିଖରେ, ୧୧ ତାରିଖରେ ୬୦୦ଜଣ ସୁଆର ଓ ମହାସୁଆର ସେବାୟତଙ୍କୁ ଏହି ଔଷଧ ଦିଆଯିବ।
ସେହିପରି ୧୫୪ ଜଣ ପୂଜାପଣ୍ଡାଙ୍କୁ ୧୨ ତାରିଖରେ ହୋମିଓପ୍ୟାଥି ଔଷଧ ଦିଆଯିବ।ଏହାସହ ୧୩ ତାରିଖରେ ୩୪ଜଣ ଗରାବଡ଼ୁ ସେବକଙ୍କୁ ଏହି ହୋମିଓପାଥି ଔଷଧ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ହୋମିଓପାଥି କର୍ତ୍ତୃପକ୍ଷଙ୍କୁ ଶ୍ରୀମନ୍ଦିର ପ୍ରଶାସନର ଚିଠି ଲେଖିଛି ।