କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା | Satyasikha


ଭୁବନେଶ୍ୱର (ସତ୍ୟଶିଖା): ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲର ନବନିଯୁକ୍ତ ନିର୍ଦ୍ଦେଶକଙ୍କ ବିରୋଧରେ ତାତିଲେ ସଫେଇ କର୍ମଚାରୀ। ଦୁର୍ବ୍ୟବହାର କରିବା ସହ ଦରମା କାଟୁଥିବା ଅଭିଯୋଗରେ ନିର୍ଦ୍ଦେଶକଙ୍କ ଅଫିସ୍ ଆଜି ଘେରାଉ କରିଛନ୍ତି ବିକ୍ଷୋଭକାରୀ। ଏହାସହିତ ମାସିକ ୧୦ ହଜାର ଟଙ୍କା ଏବଂ କାୟାକଳ୍ପରେ ମିଳିଥିବା ଟଙ୍କା ଦେବାକୁ ଦାବି କରିଛନ୍ତି କର୍ମଚାରୀ।
ଆହୁରି ପଢ଼ନ୍ତୁ
ଜଣେ ମହିଳା ସଫେଇ କର୍ମଚାରୀ କହିଛନ୍ତି,“ ଆମକୁ ମାସିକ ଦରମା ଛଅ ହଜାର ଟଙ୍କା ଦିଆଯାଉଛି। ହେଲେ ୧୦ ହଜାର ଟଙ୍କା ଦିଆଯାଉଛି ବୋଲି ନିର୍ଦ୍ଦେଶକ କହିଛନ୍ତି। ଆମେ ଦାବି କରୁଛୁ ଆମକୁ ୧୦ ହଜାର ଟଙ୍କା ସହ କାୟାକଳ୍ପ ଓ କରୋନା ଟଙ୍କା ଦିଆଯାଉ। ଯେପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ଆନ୍ଦୋଳନରୁ ହଟିବୁ ନାହିଁ। ”
ସେପଟେ ନିର୍ଦ୍ଦେଶକ ଏଲ୍.ଡି.ସାହୁ କହିଛନ୍ତି ଯେ କର୍ମଚାରୀଙ୍କ ସହ ଆଲୋଚନା ଜାରି ରହିଛି। ସଫେଇ କର୍ମଚାରୀମାନେ ଆଉଟ୍ ସୋର୍ସିଂ ଅଧୀନରେ କାମ କରୁଥିବା ବେଳେ ସରକାରଙ୍କ ଗାଇଡ ଲାଇନ୍ ଅନୁସାରେ ସେମାନଙ୍କୁ କରୋନା ଟଙ୍କା ମିଳିବ।