ଧର୍ମନ୍ୟୁଜ୍

ଶ୍ରୀନହର ସମ୍ମୁଖ ରଥଖଳାରେ ତୁମ୍ବ ତିଆର ଚାଲିଛି।

ସତ୍ୟଶିଖା :୦୫./୦୫/୨୦୨୫: କରତି ସେବକମାନେ ମୋଟ ୪୨ ତୁମ୍ବ ମଧ୍ୟରୁ ମାପ ଅନୁସାରେ ୪୧ଟି ତୁମ୍ବ କାଟି ବିଶ୍ୱକର୍ମାଙ୍କୁ ଯୋଗାଇଛନ୍ତି। ବିଶ୍ୱକର୍ମାଙ୍କ ଦ୍ୱାରା ୨୮ଟି ତୁମ୍ବ ଗୋଲେଇ ଶେଷ ହୋଇଛି । ରବିବାର ୬୮ ଜଣ ନିର୍ମାଣକାରୀ ରଥ ତିଆରିରେ ଯୋଗ ଦେଇଛନ୍ତି ।ମୁଖ୍ୟ ବିଶ୍ୱକର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି ରଥ ନିର୍ମାଣ। ରଥ ଖଳାକୁ ବିନ୍ଧ ମେସିନ୍‌ ଆସିଗଲାଣି। ଏହାପରେ ଚକର ମଝି ଅଂଶ ତୁମ୍ବରେ ସୂତା ବାଡିଆ ହେବ । ଅର୍ଥାତ୍‌ ଦାଗ ଦିଆଯିବ । ପରେ ମାପ ଚୁପ ହୋଇ ବିନ୍ଧ ଅନୁକୂଳ ହେବ । ସେପଟେ ଦୋଳବେଦି ସ୍ଥିତ ୩ଟି ଅସ୍ଥାୟୀ ଶାଳରେ ଓଝା ସେବକମାନେ ଅର କଣ୍ଟା ତିଆରି ଆରମ୍ଭ କରିଛନ୍ତି । ଆଗେ ଶାଳ ପୂଜା କରାଗଲା । ଲୁହା ରଡ଼ କାଟି ଶାଳରେ ପକାଇ କଣ୍ଟା ତିଆରି ଜାରି ରହିଛି । ଚକ ତିଆରିରେ ଅରକଣ୍ଟା ଲାଗିବ । ଆଜି ୩୮ ଜଣ ବିଶ୍ୱକର୍ମା, ୬ ଓଝା, ୪ କରତି ଓ ୧୯ ଭୋଇ ସେବକଙ୍କ ସମେତ ରଥ ଖଳା ସହାୟକଙ୍କୁ ମିଶାଇ ଆଜି ମୋଟ ୬୮ ଜଣ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି ।

Show More
Back to top button