ଶ୍ରମିକ ସ୍ପେଶାଲ ଟ୍ରେନରେ ପ୍ରସବ କଲେ ମହିଳା

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ତେଲେଙ୍ଗାନାର ଲିଗମପଲ୍ଲୀରୁ ଓଡ଼ିଶା ଆସୁଥିବା ଏକ ଶ୍ରମିକ ସ୍ପେଶାଲ୍ ଟ୍ରେନ୍‌ରେ ଶିଶୁ ପୁତ୍ର ପ୍ରସବ କଲେ ଜଣେ ମହିଳା। ପ୍ରସବ ପରେ ଉଭୟ ମା’ ଓ ଶିଶୁପୁତ୍ର ସୁସ୍ଥ ଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ

ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ଥୁଡିବାହାଲ ଗାଁରୁ ଇନ୍ଦୁରା ଛୁରା ଓ ତାଙ୍କ ସ୍ତ୍ରୀ ମିରା ଇଟାଭାଟିରେ କାମ କରିବାକୁ ତେଲେଙ୍ଗାନାର ଲିଗମପଲ୍ଲୀକୁ ଯାଇଥିଲେ। କରୋନା ଯୋଗୁ କାମଧନ୍ଦା ବନ୍ଦ ହୋଇଯିବାରୁ ଶ୍ରମିକ ସ୍ପେଶାଲ ଟ୍ରେନରେ ଘରକୁ ଫେରୁଥିଲେ। କିନ୍ତୁ ଟ୍ରେନରେ ମିରାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା। ଏହାପରେ ସେଠାରେ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଟିଟିଲାଗଡ଼ ଷ୍ଟେସନରେ ଟ୍ରେନଟି ପହଞ୍ଚିବା ପରେ  ଉକ୍ତ ମହିଳା  ତାଙ୍କ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟେ ସୁସ୍ଥ ଥିବା ଜଣାପଡ଼ିଛି।

[ad_2]
Exit mobile version