ଦେଶ

ଶ୍ରମିକ ସ୍ପେଶାଲ ଟ୍ରେନରୁ ମିଳିଲା ୨ ଜଣଙ୍କ ମୃତଦେହ

ବାରାଣସୀ: କରୋନା ଲକଡାଉନ ଯୋଗୁ ପ୍ରବାସୀ ଶ୍ରମିକଙ୍କମାନେ ଭୋଗୁଥିବା ସମସ୍ୟାକୁ ଲାଘବ କରିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛନ୍ତି। ତେବେ ମୁମ୍ବାଇରୁ ଉତ୍ତର ପ୍ରଦେଶର ବାରାଣସୀ ଆସିଥିବା ଶ୍ରମିକ ସ୍ପେଶାଲ ଟ୍ରେନରୁ ଦୁଇ ଜଣଙ୍କ ମୃତଦେହ ମିଳିଛି।

ଦୁଇ ଦିନ ତଳେ ଟ୍ରେନଟି ମୁମ୍ବାଇରୁ ପ୍ରାୟ ୧୫ଶହ ଲୋକଙ୍କୁ ଧରି ଉତ୍ତର ପ୍ରଦେଶର ମନଦୁଆଧି ଷ୍ଟେସନରେ ପହଞ୍ଚିଥିଲା। ତେବେ ସମସ୍ତେ ଏଥରୁ ଓହ୍ଲାଇଥିବା ବେଳେ ଦୁଇ ଜଣ ଏହା ମଧ୍ୟରୁ ବାହାରି ନଥିଲେ। ପରେ ସେମାନେ ପ୍ରାଣ ହରାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ଷ୍ଟେସନ ମାଷ୍ଟର ଅରୁଣ କୁମାର କହିଛନ୍ତି, “ମୁମ୍ବାଇର ଲୋକମାନ୍ୟ ତିଲକ ଷ୍ଟେସନରୁ ଟ୍ରେନଟି ସକାଳ ୮.୨୦ରେ ଏଠାରେ ପହଞ୍ଚିଥିଲା। ସମସ୍ତେ ଟ୍ରେନରୁ ଓହ୍ଲାଇବା ପରେ ଆମେ ଦୁଇ ଜଣ ଟ୍ରେନ ମଧ୍ୟରେ ପ୍ରାଣ ହରାଇଥିବା ଜାଣିବାକୁ ପାଇଥିଲୁ। ମୃତକଙ୍କ ମଧ୍ୟରେ ଜଣେ ଦିବ୍ୟାଙ୍ଗ ରହିଛନ୍ତି।

ସେ ଦୀର୍ଘ ଦିନରୁ ଅସୁସ୍ଥ ଥିବା ତାଙ୍କ ପରିବାର ଲୋକ କହିଛନ୍ତି। ତେବେ ଅନ୍ୟ ଜଣଙ୍କ ପରିଚୟ ମିଳିପାରି ନାହିଁ। ପୁଲିସ୍‌ ଏବେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ସେମାନଙ୍କ ମୃତ୍ୟୁର କାରଣ ଜଣାପଡ଼ିବ।

[ad_2]
Show More
Back to top button