ଶେଷରେ ନ୍ୟାୟ ମିଳିଲା: ମୋଦି | Satyasikha

ନୂଆଦିଲ୍ଲୀ: ୭ ବର୍ଷ, ୩ ମାସ ଏବଂ ୩ ଦିନ ପରେ ଆଜି ନିର୍ଭୟାଙ୍କୁ ମିଳିଛି ନ୍ୟାୟ। ୪ ଦୋଷୀ ଫାଶୀ ଖୁଣ୍ଟରେ ଚଢ଼ିବା ପରେ ସାରା ଭାରତରେ ଉତ୍ସବର ପରିବେଶ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିରେ ଉତ୍ସାହିତ ହୋଇ ନିଜ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ନ୍ୟାୟ ମିଳିଲା। ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ପ୍ରତିଜ୍ଞା ନିଅନ୍ତୁ ଯେପରି ନିର୍ଭୟା ଭଳି ମାମଲା ଆଉ ହେବନି।

ଆହୁରି ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “ନ୍ୟାୟ ମିଳିଛି। ମହିଳାଙ୍କ ଗାରିମା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହାର ମହତ୍ତ୍ୱ ରହିଛି। ଆମର ନାରୀଶକ୍ତି ପ୍ରତିଟି କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି। ଆମେ ସମସ୍ତେ ମିଶି ଏପରି ଏକ ରାଷ୍ଟ୍ର ନିର୍ମାଣ କରିବା ଦରକାର ଯେଉଁଠି ମହିଳା ସଶକ୍ତିକରଣ ପ୍ରତି ଧ୍ୟାନ ଦିଆଯିବ ଏବଂ ଯେଉଁଠାରେ ସମାନତା ଓ ସୁଯୋଗକୁ ଗୁରୁତ୍ୱ ଦିଆଯିବ।”

କେଜ୍ରିୱାଲ କହିଛନ୍ତି, “୭ ବର୍ଷ ପରେ ନିର୍ଭୟା ଦୋଷୀଙ୍କୁ ଫାଶୀ ହୋଇଛି। ଆଜି ଏପରି ଏକ ଦିନ ଆସିଛି। ଏବେ ପ୍ରତିଜ୍ଞା ନେବାର ଅଛି ଦ୍ୱିତୀୟ ନିର୍ଭୟା କେହି ନ ହୁଅନ୍ତୁ। ପୁଲିସ୍‌, କୋର୍ଟ, ରାଜ୍ୟ ସରକାର, କେନ୍ଦ୍ର ସରକାର ସମସ୍ତେ ମିଶି ପ୍ରତିଜ୍ଞା ନେବା ଯେ ଆମ ବ୍ୟବସ୍ଥାରେ ରହିଥିବା ଦୁର୍ବଳତାକୁ ଦୂର କରିବା ଏବଂ କେହିବି ଝିଅ ସହ ଏପରି ହେବାକୁ ଦେବାନି।”

[ad_2]
Exit mobile version