ନ୍ୟୁଜ୍ରାଜ୍ୟ

୧୧ ତାରିଖରୁ ଗାଏବ ହେବ ଶୀତର ପ୍ରକୋପ

ସତ୍ୟଶିଖା(ଭୁବନେଶ୍ୱର )୦୮.୧୧ .୨୦୨୧:  କିଛି ଦିନ ହେବ ରାଜ୍ୟରେ ଜାରୀ ରହିଛି ଶୀତ ପ୍ରବାହ । ଯାହାଫଳରେ ପାଖା ପାଖି ୩ ଦିନ ସକାଳୁ କୁହୁଡ଼ି ପଡ଼ିବା ସହ ଶୀତ ଅନୁଭୁତ ହେଉଛି । କିନ୍ତୁ ଡ. ପଶୁପାଳକ ଆହୁରୀ ମଧ୍ୟ କହିଛନ୍ତି ଯେ, ତିନି ଦିନ ପରେ ରାଜ୍ୟରୁ ଶୀତ କମିବ ।

ବଙ୍ଗୋପସାଗରରେ ହୋଇଥିବା ଲଘୁଚାପ ପ୍ରଭାବ ଯୋଗୁ ବିଶେଷ ଥଣ୍ଡା ଅନୁଭୂତ ହେବନି । ୧୦ ତାରିଖରୁ ରାତି ତାପମାତ୍ରା ୩ରୁ ୪ଡିଗ୍ରୀ ବଢ଼ିଯିବ । କନ୍ଧମାଳ ସମେତ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୧୦ ତାରିଖ ଯାଏ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ ।

୧୧ ତାରିଖରୁ ଶୀତ ଗାଏବ ହୋଇଯିବ । ସେହିପରି କେନ୍ଦ୍ରୀୟ ଓ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ୧୨ତାରିଖରେ ପାଗ କୋହଲା ରହିବ । କୁହୁଡି ବି ଅନୁଭୂତ ହେବ । ଲଘୁଚାପ କାରଣରୁ ୧୧ରୁ ୧୫ ତାରିଖ ଯାଏ ପାଗ ମେଘୁଆ ସହ ବିକ୍ଷିପ୍ତ ବର୍ଷା ହେବ । ୧୧ ଓ ୧୨ରେ ରାତି ତାପମାତ୍ରା ୨ଡିଗ୍ରୀ ବଢ଼ିବ । ୧୩ ଓ ୧୪ରେ ତାପମାତ୍ରା ଆଉ ଦୁଇ ଡିଗ୍ରୀ ପର‌୍ୟ୍ୟନ୍ତ ବଢ଼ିବ ।

Show More
Back to top button