ସତ୍ୟଶିଖା(ଭୁବନେଶ୍ୱର )୨୫.୧୧.୨୦୨୨: ଶୀତଦିନ ଆସିଲେ ବିବାହ, ଉତ୍ସବ ଆଦି ବହୁତ ହୋଇଥାଏ । ତେଣୁ ମେକଅପ ନେବା ଜରୁରୀ ହୋଇପଡେ଼ । କିନ୍ତୁ ମେକଅପ କରିବା ପରେ ମଧ୍ୟ ଚେହେରା ଉଜ୍ଜ୍ୱଳ ଦେଖାଯିବା ବଦଳରେ ନିଷ୍ପ୍ରଭ ଦେଖାଗଲେ ମନ ଉଣା କରିବା ସ୍ୱାଭାବିକ । ଶୀତଦିନେ ତ୍ୱଚା ଶୁଷ୍କ ଥିବାରୁ ମେକଅପ ବ୍ୟବହାର ପରେ ଆହୁରି ଖରାପ ଲାଗିଥାଏ ଚେହେରା । ତେଣୁ ଆସନ୍ତୁ ଜାଣିବା ଶୀତଦିନରେ କିପରି ବ୍ୟବହାର କରିବା ମେକଅପ ।
ମେକଅପ ପୂର୍ବରୁ ମଏଶ୍ଚରାଇଜ
ଶୀତଦିନରେ ତ୍ୱଚାକୁ ମଏଶ୍ଚରାଇଜର କରିବା ଜରୁରୀ । ଥଣ୍ଡା ପବନ ଯୋଗୁ ତ୍ୱଚା ଶୁଖିଲା ଲାଗିଥାଏ । ଏମିତିରେ ଯଦି ଅଧିକ କେମିକାଲ ଥିବା ମେକଅପ ବ୍ୟବହାର କରିବା ତାହେଲେ ଚେହେରା ଆହୁରି ଖରାପ ଦେଖାଯିବ । ତେଣୁ ଶୀତଦିନରେ ମେକଅପ ବ୍ୟବହାର କରୁଥିଲେ ଭଲ କ୍ୱାଲିଟିର ମେକଅପ ବ୍ୟବହାର କରିବା ଉଚିତ । ଯାହାକି ସୁସ୍ଥ ତ୍ୱଚା ପାଇଁ ତିଆରି ହୋଇଥିବ । ଏହା ସହିତ ମେକଅପ କରିବା ପୂର୍ବରୁ ଚେହେରାକୁ ସଫା କରି ହାଲୁକା ମଏଶ୍ଚରାଇଜର ବ୍ୟବହାର କରିବାକୁ ହେଇଥାଏ । ଏହା ପରେ ଫାଉଣ୍ଡେସନ ଲଗାଇପାରିବେ ।
ଫାଉଣ୍ଡେସନରେ ମିଶାନ୍ତୁ ଫେସ୍ ଅଏଲ୍
ବେଳେବେଳେ ଗାଢ଼ ମେକଅପ୍ ଚେହେରାକୁ ଆହୁରି ଅସୁନ୍ଦର କରିଦିଏ । କାରଣ ଏହା ତ୍ୱଚା ସହିତ ମିଶି ନ ପାରିଲେ ଚେହେରାେ ମେକଅପ ପ୍ୟାଚ ନଜର ଆସିଥାଏ । ତେଣୁ ଯେବେ ବି ହେଭି ମେକଅପ କରିବାକୁ ମନ ଥିବ, ଫାଉଣ୍ଡେସନ ବ୍ୟବହାର କରିବା ସମୟରେ ଦୁଇ ବୁନ୍ଦା ଫେସ ତେଲ ମିଶାଇ ଦେବେ । ଫଳରେ ଚେହେରାରେ ଫାଉଣ୍ଡେସନ ମିଶିଯିବ ଏବଂ ଚେହେରା ଉଜ୍ଜ୍ୱଳ ଦିଶିବ ।
ଲିକ୍ୱିଡ଼ ହାଇଲାଇଟର
ଶୀତଦିନରେ ମେକଅପ କିଟରେ ଏକ ଭଲ କ୍ୱାଲିଟିର ଲିକ୍ୱିଡ଼ ଫାଉଣ୍ଡେସନ ଥିବା ନିହାତି ଜରୁରୀ । ଏହାକୁ ସ୍ପଞ୍ଜ ସାହାଯ୍ୟରେ ମେକଅପ ଟଚ୍ ଦେଇପାରିବେ । ଏହା ଲୁକକୁ ସହଜରେ ଗ୍ଲୋଇଙ୍ଗ କରିଥାଏ ।
ପାଉଡ଼ରଠାରୁ ଦୂରେଇ ରୁହନ୍ତୁ
ପାଉଡ଼ର ବ୍ୟବହାର କରିବା ଦ୍ୱାରା ତ୍ୱଚା ଆହୁରି ଶୁଷ୍କ ଏବଂ ନିଷ୍ପ୍ରଭ ଲାଗିଥାଏ । ତେଣୁ ଯେତେସମ୍ଭବ ଚେଷ୍ଟା କରିବେ ଏମିତି ମେକଅପ ସାମଗ୍ରୀ ବ୍ୟବହାର କରିବାକୁ ଯାହା ଲିକ୍ୱିଡ଼ କିମ୍ବା କ୍ରିମି ହୋଇଥିବ । ଆପଣ ବିବି ଏବଂ ସିସି କ୍ରିମ ବ୍ୟବହାର କରିପାରିବେ ।
ଶୁଷ୍କ ତ୍ୱଚା ପାଇଁ ଆଇ ମେକଅପ
ଶୁଷ୍କ ତ୍ୱଚାରେ ଆଇ ମେକଅପ କରିବା ସମୟରେ ସବୁବେଳେ କ୍ରିମି ଆଇସ୍ୟାଡେ଼ା ବ୍ୟବହାର କରନ୍ତୁ । ପାଉଡ଼ର ଆଇସ୍ୟାଡେ଼ା ଠାରୁ ବହୁତ ଭଲ ଲୁକ ଦେଇଥାଏ । ସେମିତି ପେନସିଲ ଆଇ ଲାଇନର କିମ୍ବା କାଜଲ ପରିବର୍ତ୍ତେ ଲିକ୍ୱିଡ଼ ଆଇଲାଇନର ବ୍ୟବହାର କରନ୍ତୁ । ଏହା ଅଧିକ ଭଲ ଲାଗିଥାଏ ।