

ସତ୍ୟଶିଖା( ପୁରୀ)୨୧.୦୬. ୨୦୨୨ : ପୁରୀକୁ ବିଶ୍ୱସ୍ତରୀୟ ଷ୍ଟେସନ କରିବା ନେଇ ରେଳ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ୩୬୪ କୋଟି ଟଙ୍କାର ପ୍ରକଳ୍ପ କାମ ଦୁଇ ବର୍ଷ ମଧ୍ୟରେ ଶେଷ ହେବ । ବଡ ଯାତ୍ରୀ ନିବାସ ନିର୍ମାଣ ହେବ;ସ୍ଥାପତ୍ୟ କଳା ଅନୁଯାୟୀ ଡିଜାଇନ୍ ପ୍ରସ୍ତୁତି । ୨୦୦ ରୁ ୩୦୦ କିମି ବାତ୍ୟା ପବନ ସହନଶୀଳ ବିଲ୍ଡିଂ ନିର୍ମାଣ ହେବ । ପୁରୀ-ଭୁବନେଶ୍ୱର ପାଇଁ ବିଶ୍ୱସ୍ତରୀୟ ଟ୍ରେନ୍ ଚଳାଚଳ କରାଯିବ । ରଥଯାତ୍ରା ପାଇଁ ୨୦୫ଟି ଟ୍ରେନ୍ ଚଳାଚଳ କରିବ ସୂଚନା ଦେଲେ ରେଳମନ୍ତ୍ରୀ । ୨୦୫ ଟ୍ରେନ୍ ଚଳାଚଳ ସହ ମୋବେଇଲ୍ ଟିକେଟର ମଧ୍ୟ ବ୍ୟବସ୍ଥା ହେବ ।