ଶାହଙ୍କୁ ଭେଟିଲେ କେଜ୍ରିୱାଲ, ଏହି ସବୁ ବିଷୟରେ କଥା ହେଲେ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି। ଦିଲ୍ଲୀରେ କରୋନା ଚିକିତ୍ସାକୁ ନେଇ ଉପରାଜ୍ୟପାଳ ଅନୀଲ ବୈଜଲ ଓ ଆପ ସରକାର ମଧ୍ୟରେ ତିକ୍ତତା ଦେଖାଯାଇଥିବା ବେଳେ କେଜ୍ରିୱାଲ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହଙ୍କୁ ଭେଟିଛନ୍ତି।

ଆଲୋଚନା ବେଳେ କେଜ୍ରିୱାଲ ଦିଲ୍ଲୀର କରୋନା ସ୍ଥିତି ସମ୍ପର୍କରେ ବିସ୍ତୃତ ଭାବେ ଶ୍ରୀ ଶାହଙ୍କୁ ଅବଗତ କରାଇଛନ୍ତି। ଏହାର ମୁକାବିଲା କେମିତି କରାଯାଇ ପାରିବ ଓ ହସ୍ପିଟାଲରେ ବେଡ୍‌ ଅଭାବ ହେଲେ, କ’ଣ କରାଯିବ ସେ ବିଷୟରେ ସେ ଶାହଙ୍କୁ ଅବଗତ କରାଇଛନ୍ତି।

ଶାହ ମଧ୍ୟ ସବୁ ସ୍ଥିତିରେ ଦିଲ୍ଲୀକୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏ ସମ୍ପର୍କରେ କେଜ୍ରିୱାଲ ଟ୍ୱିଟ କରି ସୂଚନା ଦେଇଛନ୍ତି।
ଦିଲ୍ଲୀ ସରକାର କେବଳ ଦିଲ୍ଲୀବାସୀଙ୍କ କରୋନା ଚିକିତ୍ସା ହସ୍ପିଟାଲରେ ମିଳିବ ବୋଲି କହିଥିଲେ।

ହେଲେ ଉପରାଜ୍ୟପାଳ ଏହାକୁ ବଦଳାଇ ସମସ୍ତଙ୍କୁ ଦିଲ୍ଲୀରେ ଚିକିତ୍ସା ମିଳିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଉପରାଜ୍ୟପାଳଙ୍କ ନିଷ୍ପତ୍ତିକୁ ପାଳନ କରାଯିବ ବୋଲି କହିଥିଲେ।

[ad_2]
Exit mobile version