ଦେଶ

ଶପଥ ନେବାପରେ ଶିବରାଜ କହିଲେ ପ୍ରଥମେ କରୋନା, ତା’ପରେ ଆଉ ଯାହା

ଭୋପାଳ: ଆଜି ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବରାଜ ସିଂହ ଚୌହାନ। ସେ ଶପଥ ନେବା ପରେ ପରେ ହିଁ ତାଙ୍କ ଶୁଭେଚ୍ଛୁଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ଏଥି ସହିତ ସେ କହିଛନ୍ତି, ମୋ ପ୍ରାଥମିକତା କରୋନା ପାଇଁ ରହିବ, ତା’ପରେ ଆଉ ଯାହା।

ସେ ଟ୍ୱିଟ୍ କରି କହିଛନ୍ତି, “ଆପଣଙ୍କ ଶୁଭକାମନା ପାଇଁ ହୃଦୟରୁ ଧନ୍ୟବାଦ। ମୋର ସବୁଠାରୁ ପ୍ରଥମ ପ୍ରାଥମିକତା ରହିବ କୋଭିଡ୍-୧୯ ମୁକାବିଲା।”

ଆହୁରି ପଢ଼ନ୍ତୁ

ସେ ଏହି ଅବସରରେ ତାଙ୍କ ଦଳ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶିବରାଜ ସିଂହ ଚୌହାନଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, “ନଡ୍ଡାଙ୍କ ନେତୃତ୍ୱରେ ଆମେ ସମସ୍ତେ ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ କଲ୍ୟାଣ ପାଇଁ କାମ କରିବୁ। ସବ୍‌କା ସାଥ୍, ସବ୍‌କା ବିକାଶ ଏବଂ ସବ୍‌କା ବିଶ୍ୱାସର ସଂକଳ୍ପକୁ ପୁରା କରିବୁ।”

ଏଥିସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କ ପ୍ରତି ମଧ୍ୟ କୃତଜ୍ଞତା ପ୍ରକାଶ କରିଛନ୍ତି। ଏଥିସହ ସେ କହିଛନ୍ତି, କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ୨୨ ବିଧାୟକଙ୍କ ବିଶ୍ୱାସକୁ କେବେ ଭାଙ୍ଗିବାକୁ ଦେବେନି। ସେମାନଙ୍କୁ ମଧ୍ୟ ଶିବରାଜ ଧନ୍ୟବାଦ ଜଣାଇଛନ୍ତି।



[ad_2]

Show More
Back to top button