ଦେଶ

ଲ୍ୟାଣ୍ଡିଙ୍ଗ ବେଳେ ରନୱେରୁ ବାଟବଣା ହେଲା ବିମାନ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଘୂର୍ଣ୍ଣିବାତ୍ୟା ‘ନିସର୍ଗ’ ମହାରାଷ୍ଟ୍ର ସ୍ଥଳଭାଗ ଛୁଇଁବା ପରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷାର ପ୍ରଭାବରେ ମୁମ୍ବାଇର ଏୟାରପୋର୍ଟର ରନୱେରେ ପ୍ରବଳ ପାଣି ଜମି ରହିଥିଲା। ଯେଉଁକାରଣରୁ ମୁମ୍ବାଇ ଏୟାରପୋର୍ଟରେ ଏକ କାର୍ଗୋ ବିମାନ ଲ୍ୟାଣ୍ଡିଙ୍ଗ୍ ବେଳେ ରନୱେରୁ ବିଚ୍ୟୁତ ହୋଇଥିଲା, ଯାହାର ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଓଦା ହୋଇଥିବା ରନୱେରେ ବିମାନ ଟ୍ରାକରୁ ବିଚ୍ୟୁତ୍ ହେବା ପରେ ଅଟକି ଯାଇଛି। ଏହାସହ ବିମାନ ଲ୍ୟାଣ୍ଡିଙ୍ଗ୍ ଗିୟର ପକାଇବା ମାତ୍ରକେ ସେଠାରେ ଥିବା ପାଣି କିଛି ମିଟର ଉପରକୁ ଉଠିଯାଇଥିଲା।

ଆହୁରି ପଢ଼ନ୍ତୁ

ଏମଡି-୧୧ ନାମକ ଏହି ବିମାନ ବେଙ୍ଗାଲୁରୁରୁ ଉଡ଼ାଣ ଭରିଥିଲା। ତେବେ ଏହାଦ୍ୱାରା କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି। ଏହି ଘଟଣା ପରେ ମୁମ୍ବାଇ ଏୟାରପୋର୍ଟ ସନ୍ଧ୍ୟାରେ ସବୁ ଫ୍ଲାଇଟକୁ ବାତିଲ୍ କରିଦେଇଥିଲା।

ଏ ନେଇ ମୁମ୍ବାଇ ଏୟାରପୋର୍ଟ ପକ୍ଷରୁ କୁହାଯାଇଛି, ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ବିମାନ ରନୱେ ଟ୍ରାକର ବାହାରକୁ ଚାଲିଯାଇଥିଲା। ଏହି ବିମାନଟି ବେଙ୍ଗାଲୁରୁରୁ ଉଡାଣ ଭରିଥିଲା। ତେବେ ଏହାର ପ୍ରଭାବରେ ଅନ୍ୟ ବିମାନକୁ କୌଣସି କ୍ଷତି ପହଞ୍ଚିନାହିଁ।



[ad_2]

Show More
Back to top button