ରାଜ୍ୟ

ଲୋକଙ୍କୁ ସାମାଜିକ ଦୂରତା ପାଠ ପଢ଼ାଇବ ଡ୍ରୋନ୍‌

ଭୁବନେଶ୍ୱର(ସତ୍ୟଶିଖା): ଲୋକଙ୍କୁ ସାମାଜିକ ଦୂରତା ପାଠ ପଢ଼ାଇବ ଡ୍ରୋନ୍‌। କଟକ ଓ ଭୁବନେଶ୍ୱର ଅଞ୍ଚଳରେ ଡ୍ରୋନ ଦ୍ୱାରା ଲୋକଙ୍କୁ ସଚେତନ କରିବ କମିଶନରେଟ ପୁଲିସ। ଏପରିକି ଡ୍ରୋନ ମାଧ୍ୟମରେ ପ୍ରଚାର କରାଯିବ ଓ ମାସ୍କ ପିନ୍ଧିବା ପାଇଁ ଲୋକଙ୍କୁ ବୁଝାଯିବ। ଆଜି ସେଥିପାଇଁ ଡ୍ରୋନ୍‌କୁ ଟେଷ୍ଟ କରାଯାଇଛି।

ଆହୁରି ପଢ଼ନ୍ତୁ

କମିଶରେଟ୍‌ କାର୍ଯ୍ୟାଳୟରେ ପୁଲିସ୍ କମିଶନରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଆଜି ଡ୍ରୋନ୍‌ ଯାଞ୍ଚ କରିଛନ୍ତି। ଡ୍ରୋନ୍‌ରେ ଏକ ସ୍ପିକର ରହିଛି। ଯାହା ଦ୍ୱାରା ଲୋକଙ୍କୁ ଏନେଇ ସଚେତନ କରାଯିବ। ଗହଳି ଥିବା ଅଞ୍ଚଳ ଓ ଟ୍ରାଫିକ ପୋଷ୍ଟ ଅଞ୍ଚଳରେ ଡ୍ରୋନ୍ ସଚେତନ କରିବ। ବିଶେଷ ଭାବେ ଏଣେ ତେଣେ ଛେପ ନପକାଇବା, ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧିବା ନେଇ ସଚେତନ କରିବ ଡ୍ରୋନ।

ସେପଟେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ‘କରୋନା’ ସଚେତନତା ରଥ। ‘କରୋନା’ ନେଇ ଲୋକେ କିଭଳି ସତର୍କ ରହିବେ ସେ ନେଇ ଲୋକଙ୍କୁ ସଚେତନ କରିବ ଏହି ରଥ। ଆଜି ଟ୍ରାଫିକ ଡିସିପି ସାଗରିକା ନାଥ ଏହି ରଥକୁ ଉନ୍ମୋଚନ କରିଛନ୍ତି। ମୁଖ୍ୟତଃ ଟ୍ରାଫିକ ସିଗନାଲ୍‌, ମାର୍କେଟ ଅଞ୍ଚଳରେ ଭିଡ଼ ନକରିବାକୁ ଲୋକଙ୍କୁ ବୁଝାଯିବ। ଏହାସହ ମାସ୍କ କିପରି ଲୋକ ପିନ୍ଧିବେ ସେ ନେଇ ସଚେତନ କରାଯିବ।

[ad_2]
Show More
Back to top button