ଲେଫ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତଙ୍କ ପରଲୋକ

ଭୁବନେଶ୍ୱର (ସତ୍ୟଶିଖା): ଲେଫ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତଙ୍କର ଆଜି ସକାଳେ ଦେହାନ୍ତ ହୋଇଯାଇଛି। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।

ଆହୁରି ପଢ଼ନ୍ତୁ

ମିଳିଥିବା ସୂଚନା ଅନୁଯାୟୀ, ସେ କ୍ୟାନ୍‌ସରରେ ପୀଡ଼ିତ ଥିଲେ ଓ ମାସେ ହେଲାଣି ସେଠାରେ ଚିକିତ୍ସାଧୀନ ଥିଲେ।

ଶ୍ରୀ ଧଳସାମନ୍ତ ରାଷ୍ଟ୍ରୀୟ ରାଇଫଲର ଡିଜି ଭାବେ ଅବସର ନେଇଥିଲେ। ସେ ୧୯୯୯ କାରଗିଲ୍ ଯୁଦ୍ଧରେ ସାମିଲ ହୋଇଥିଲେ। ୧୯୭୧ ମସିହାରେ ବାଂଲାଦେଶ ମୁକ୍ତି ସଂଗ୍ରାମରେ ସକ୍ରିୟ ଭୂମିକା ନେଇଥିଲେ। ସେହିପରି ପଞ୍ଜାବ ଅମୃତସରରେ ’ଅପରେସନ୍‌ ବ୍ଲୁ ଷ୍ଟାର’ରେ ସାମିଲ ଥିଲେ।

[ad_2]
Exit mobile version