ଯାଜପୁର (ଅଭୟ ପତି): ଯାଜପୁର ଜିଲ୍ଲା କୋରାଇ ଥାନା ଅନ୍ତର୍ଗତ ସନ୍ତରା ଅଞ୍ଚଳରେ ଥିବା ଏକ ଗ୍ୟାସ୍ ଗୋଦାମରେ ଗତକାଲି ଅଘଟଣ ଘଟିଛି। ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୋଦାମର ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ କୁନା ପଣ୍ଡା। ସେ ଯାଜପୁର ରୋଡ୍ ଥାନା ଧବଳଗିରି ଅଞ୍ଚଳରେ।
ଆହୁରି ପଢ଼ନ୍ତୁ
ଗୁରୁତର ଅବସ୍ଥାରେ କୁନାଙ୍କୁ ପ୍ରଥମେ ଯାଜପୁର ରୋଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।
ଗତକାଲି କୁନା ଗ୍ୟାସ୍ ଗୋଦାମର ଛାତ ଉପରେ ପଡ଼ିଥିବା ଲୁହା ରଡ୍ ତଳକୁ ଖସାଉଥିଲେ। ଏହି ସମୟରେ ସେହି ପାଖ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ସେ ଆସିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କୋରାଇ ପୁଲିସ୍ ଘଟଣାର ତଦନ୍ତ କରୁଛି।