

ସତ୍ୟଶିଖା (ଚନ୍ଦ୍ରଶେଖରପୁର) ୦୭.୧୦.୨୦୨୦ : ଘରର ବାହାର ପଟୁ ତାଲାପକାଇ ଲୁଟିନେଲେ ଆସବାପତ୍ର ଓ ଗଣେଷ ମୂର୍ତ୍ତୀ । ଭୁବନେଶ୍ୱର ଇନ୍ଫୋସିଟି ଏକ ବସ୍ତିରେ ଏହି ଘଟଣା ଘଟିଛି ।ଯାହାକି ପୁରା ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି ।
ମଙ୍ଗଳବାର ବିଳମ୍ବିତ ରାତିରେ ଇନ୍ଫୋସିଟିର ଏକ ବସ୍ତିରେ ଲୁଟ୍ ହୋଇଛି । ଘର ବାହାରେ ତାଲା ପକାଇ ବାରଣ୍ଡାରେ ଥିବା କିଛି ସାମଗ୍ରୀ ସହ ଗଣେଶ ମୂର୍ତ୍ତିକୁ ଚୋରି କରି ନେଇ ଯାଇଛନ୍ତି ଦୁବୃର୍ତ୍ତ । ଏନେଇ ଘର ମାଲିକ ପ୍ରମୋଦ ମହାରଣା ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ ପ୍ରମୋଦ କାଲି ୨ ସମୟରେ ଘର ବାହାରେ ଶବ୍ଦ ଶୁଣି କବାଟ ଖୋଲି ବାକୁ ଯାଇ ଦେଖନ୍ତି ତ ବାହାର ପାଶ୍ୱର୍ରୁ ବନ୍ଦ ରହିଥିଲା । କବାଟ ନଖୋଲିବାରୁ ପଡ଼ିଶା ଘରର ଜଣେ ଯୁବକଙ୍କୁ ଫୋନ୍ କରି ଜଣାଇଥିଲେ । ସେ ଆସି ଦେଖିବାକୁ ପାଇଥିଲେ କବାଟରେ ତାଲା ପଡିଛି ଏବଂ ଜିନିଷ ପତ୍ର ଏଣେତେଣେ ପଡିଛି । ତାଲା ଭାଙ୍ଗି ପ୍ରମୋଦଙ୍କୁ ଘର ଭିତରୁ ଉଦ୍ଧାର କରିଥିଲେ । ଘର ବାରଣ୍ଡାରେ ଥିବା କିଛି ଅସବାବପତ୍ର ଏବଂ ଦାମୀ ଗଣେଶ ମୂର୍ତ୍ତି କିଏ ନେଇ ଯାଇଛି । ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।