ଲଦାଖ ସୀମାକୁ ଅଧିକ ସେନା ପଠାଇଲା ଭାରତ, ଡ୍ରୋନ ବ୍ୟବହାର କଲା ଚାଇନା


ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କ ଦିନକୁ ଦିନ ଅଧିକ ତିକ୍ତ ହେବାରେ ଲାଗିଛି। ସୋମବାର ଲଦାଖର ଗଲୱାନ ଭ୍ୟାଲିରେ ରକ୍ତାକ୍ତ ସଂଘର୍ଷ ପରେ ଏବେ ଭାରତ ନୂଆ ରଣନୀତି ଆପଣାଇଛି। ଚାଇନାକୁ ସୀମାରେ କାଉଣ୍ଟର କରିବା ପାଇଁ ଆଜି ସେନା ପକ୍ଷରୁ ଅଧିକ ସଂଖ୍ୟକ ଯବାନ ଲଦାଖ ସୀମାକୁ ପଠାଯାଇଛି।
ଆହୁରି ପଢ଼ନ୍ତୁ
୧୦ରୁ ୧୨ଟି ଗାଡ଼ିରେ ଅସ୍ତ୍ରଶସ୍ତ୍ର ଓ ସେନା ଯବାନଙ୍କୁ ଭାରତ ଲଦାଖ ସୀମାକୁ ପଠାଇଛି। ଏହି କନଭୟଗୁଡ଼ିକର ଫଟୋ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ପ୍ରକାଶ ପାଇଛି। ତେବେ କେତେ ସଂଖ୍ୟକ ଯବାନ ପ୍ରକୃତରେ ସୀମାକୁ ପଠାଯାଇଛି, ସେ ସମ୍ପର୍କରେ ସରକାର କିମ୍ବା ସେନା ପକ୍ଷରୁ କିଛି ବି କୁହାଯାଇ ନାହିଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାକୁ କଡ଼ା ଚେତନାବନୀ ଦେବା ପରେ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଚାଇନା ମଧ୍ୟ ଲଦାଖ ସୀମାରେ ନଜର ରଖିବା ପାଇଁ ଡ୍ରୋନର ବ୍ୟବହାର କରୁଛି। ଗଲୱାନ ଭ୍ୟାଲିରେ ଭାରତୀୟ ସୁରକ୍ଷାକର୍ମୀଙ୍କ ଉପରେ ନଜର ରଖିବା ଓ ସେମାନଙ୍କ ଗତିବିଧିକୁ ଟ୍ରାକ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି।