ରାଜ୍ୟ

ଗୋଟିଏ ସିଫ୍‌ଟରେ ଚାଲିବ ଭୁବନେଶ୍ୱର ବିମାନ ବନ୍ଦର

ଭୁବନେଶ୍ୱର(ସତ୍ୟଶିଖା): ଲକ୍‌ଡାଉନ୍‌ କଟକଣା ପ୍ରତ୍ୟାହାର ହେବା ପରେ ଗୋଟିଏ ସିଫ୍‌ଟରେ ଚାଲିବ ଭୁବନେଶ୍ୱର ବିମାନ ବନ୍ଦର। ସକାଳ ୧୦ଟାରୁ ସଂଧ୍ୟା ୬ଟା ଯାଏଁ ରହିବ ସିଫ୍‌ଟ। ଲକ୍‌ଡାଉନ୍‌ ପରେ ଏହି ଭଳି ନୂଆ ଏସ୍ଓପିରେ ବିମାନବନ୍ଦର କାର୍ଯ୍ୟ କରିବ ବୋଲି ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ।

ଆହୁରି ପଢ଼ନ୍ତୁ

ଏୟାପୋର୍ଟ ଟର୍ମିନାଲରେ ଯାତ୍ରୀଙ୍କ ଗହଳି କମାଇବାକୁ ପ୍ରତି ଘଣ୍ଟାରେ କେବଳ ୨ଟି ବିମାନ ଯାଆସ କରିବ। ସାମାଜିକ ଦୂରତ୍ୱ ନିୟମ କଡ଼ାକଡ଼ି କରାଯିବ। ଯାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ପଥରେ ଗାର ଟଣାଯିବ। ଯାତ୍ରୀଙ୍କ ବସିବା ପାଇଁ ଚେୟାର ଗୁଡ଼ିକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ପକାଯିବ। ହାତ ଧୋଇବା ପାଇଁ ଏୟାରପୋର୍ଟରେ ପର୍ଯ୍ୟାପ୍ତ ୱାସ ବେସିନ ଓ ସାନିଟାଇଜର ରଖାଯିବ ବୋଲି ଏୟାରପୋର୍ଟ ପକ୍ଷରୁ କୁହାଯାଇଛି।

[ad_2]
Show More
Back to top button