ଦେଶ

ଲଦାଖର ଗଲୱାନକୁ ନିଜର କହିଲା ଚାଇନା, ମୋଦିଙ୍କୁ ପୁଣି ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଲଦାଖର ଗଲୱାନ ଉପତ୍ୟକାକୁ ନିଜର ବୋଲି ଦାବି କରିଛି ଚାଇନା। ସୋମବାର ରାତିରେ ଏହି ଅଞ୍ଚଳରେ ହିଁ ଭାରତ ଓ ଚାଇନା ସେନା ମୁହାଁମୁହିଁ ହୋଇଥିଲା। ଉଭୟ ଦେଶର ଯବାନଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଭାରତର ୩ ଜଣ ଯବାନ ସହିଦ ହୋଇଥିବା ବେଳେ ଚାଇନାର ୫ ଜଣ ନିହତ ହୋଇଛନ୍ତି।

ଦୀର୍ଘ ୪୪ ବର୍ଷ ପରେ ପ୍ରଥମଥର ପାଇଁ ଭାରତ-ଚାଇନା ସୀମାରେ ଯବାନଙ୍କ ମୁଣ୍ଡ ଗଡ଼ିଛି। ଉତ୍ତେଜନା ଲାଗି ରହିଥିବା ବେଳେ ପ୍ରଥମଥର ପାଇଁ ଚାଇନାର ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ) ଏ ସମ୍ପର୍କରେ ମୁହଁ ଖୋଲିଛି। ଚାଇନାର ୱେଷ୍ଟର୍ଣ୍ଣ ଥ୍ରିଏଟ କମାଣ୍ଡରର କର୍ଣ୍ଣେଲ ଝାଙ୍ଗ ଶୁଇଲି କହିଛନ୍ତି, ଗଲୱାନ ଭ୍ୟାଲିର ସାର୍ବଭୌମତ୍ୱ ସର୍ବଦା ଚାଇନାର ହୋଇ ରହିଛି। ଚାଇନା ପାଖରେ ଏହାର ମାଲିକାନା ରହିଛି।

ଆହୁରି ପଢ଼ନ୍ତୁ

ଏଲଏସି ଡେଇଁ ଭାରତୀୟ ସେନା ଚାଇନା ସୀମାରେ ପହଞ୍ଚିଥିଲେ। ଥରେ ନୁହେଁ, ଦୁଇ ଥର ଏଭଳି ଘଟଣା ଘଟିଛି। ଏହାକୁ ବିରୋଧ କରିବାରୁ ଦୁଇ ଦେଶର ଯବାନଙ୍କ ମଧ୍ୟରେ ହାତାହାତି ସ୍ଥିତି ସୃଷ୍ଟି ହୋଇଥିଲା। ଭାରତ ସୀମାରେ ଉତ୍ତେଜନା ମୂଳକ କାର୍ଯ୍ୟ କମ କରିବାକୁ ଚେଷ୍ଟା କରୁ।

ଆଲୋଚନା ଦ୍ୱାରା ଠିକ୍‌ ମାର୍ଗରେ ବିବାଦର ସମାଧାନ କରୁ। ନଚେତ ସୀମାରେ ଅଧିକ ଉତ୍ତେଜନା ଦେଖାଦେବ ବୋଲି ସେ ପରୋକ୍ଷରେ ଧମକ ଦେଇଛନ୍ତି।

ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସିଡିଏସ ବିପିନ ରାୱତ, ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନରଭାଣେ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଘନଘନ ବୈଠକ କରିଛନ୍ତି। ନିଜ ବାସଭବନରେ ବୈଠକ କରିବା ପରେ ଶ୍ରୀ ସିଂହ ଓ ଏସ ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ସନ୍ଧ୍ୟାରେ ଉଭୟ ମୋଦିଙ୍କୁ ଭେଟି ସୀମା ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ଏହାପୂର୍ବରୁ ବି ରାଜନାଥ ସିଂହ ମଧ୍ୟାହ୍ଣରେ ବି ମୋଦିଙ୍କୁ ସାକ୍ଷାତ କରିଥିଲେ।

[ad_2]
Show More
Back to top button