ଦେଶ

ଲକ ଡାଉନ ନିୟମ ଭାଙ୍ଗିଲେ ୧୦୦୦ ଟଙ୍କା ଜୋରିମାନା ଓ ୬ ମାସ ଜେଲ

ନୂଆଦିଲ୍ଲୀ: ଦେଶରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରମାନେ ଜାରି କରିଥିବା ଲକ ଡାଉନ ମାନିବାକୁ ସମସ୍ତେ ବାଧ୍ୟ। କେବଳ ଜରୁରୀ କାମ ଥିଲେ ଲୋକମାନେ ବାହାରକୁ ଆସିପାରିବେ। ତଥାପି କିଛି ଲୋକ ଲକ ଡାଉନ ବେଳେ ମନଇଚ୍ଛା ଏଣେତେଣେ ବୁଲୁଥିବା ଦେଖିବାକୁ ମିଳିଛି।

ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟମାନଙ୍କୁ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ହୋମ କ୍ୱାରେଣ୍ଟାଇନ ଓ ଲକ ଡାଉନ ନିୟମ ଭାଙ୍ଗୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ

ତେବେ ବେଙ୍ଗଲ ସରକାର ଉଲ୍ଲଙ୍ଘନକାରୀଙ୍କ ଉପରେ ଜୋରିମାନା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଠାରୁ ବେଙ୍ଗଲରେ ଲକ ଡାଉନ ନିୟମ କାର୍ଯ୍ୟକାରୀ କରାଯାଇଛି। ଆସନ୍ତା ୩୧ ତାରିଖ ଯାଏ ଏହା ବଳବତ୍ତର ରହିବ।

ଯଦି ଏହି ସମୟସୀମା ମଧ୍ୟରେ କେହି ନିୟମ ଉଲ୍ଲଙ୍ଘନ କରିବ, ତା’ହେଲେ ତାଙ୍କୁ ଏକ ହଜାର ଟଙ୍କା ଜୋରିମାନା ଓ ଦରକାର ପଡ଼ିଲେ ୬ ମାସ ପାଇଁ ଜେଲ ହାଜତକୁ ମଧ୍ୟ ପଠାଇ ଦିଆଯିବ।

ଆଜି ଲକ ଡାଉନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସର୍ବଦଳୀୟ ବୈଠକ କରିଥିଲେ। ଏଥିରେ ଲକ ଡାଉନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

[ad_2]
Show More
Back to top button