ରାଜ୍ୟ

ଲକ୍‌ଡାଉନ୍‌ ବେଳେ ବି ଭୁବନେଶ୍ୱରରେ ଦୁଇଟି ଘରୁ ଚୋରି

ଭୁବନେଶ୍ୱର (ସତ୍ୟଶିଖା): କରୋନାକୁ ନେଇ ସାରା ଭୁବନେଶ୍ୱର ଲକ୍‌ଡାଉନ୍‌ରେ ଥିବାବେଳେ ଦୁଇଟି ଘରୁ ଚୋରି ହୋଇଛି। ଗତକାଲି ରାତିରେ ଝାରପଡ଼ାର ବୈରାଗୀ ନଗର ଅଞ୍ଚଳରେ ଏହି ଘଟଣା ଘଟିଛି। ଏହି ଅଞ୍ଚଳର ୨ ଜଣଙ୍କ ଘରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରମାନେ ଘରେ ପଶିବା ପରେ ପ୍ରଥମେ ଘର ଲୋକଙ୍କୁ ଅଚେତ କରି ଦେଇଥିଲେ ବୋଲି ସନ୍ଦେହ କରାଯାଉଛି। ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ପୁଲିସ ଘଟଣାର ତଦନ୍ତ କରୁଛି।

[ad_2]
Show More
Back to top button