ଦେଶ

ଲକ୍‌ଡାଉନ୍‌ ପାଇଁ ମଦ ଦୋକାନ ବନ୍ଦ, ଆତ୍ମହତ୍ୟା କଲେ ବ୍ୟକ୍ତି

ଥ୍ରୀସୁର: କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଜାରି କରାଯାଇଛି। ଏହି କାରଣରୁ ଅଧିକାଂଶ ରାଜ୍ୟରେ ମଦ ଦୋକାନକୁ ବନ୍ଦ ରଖାଯାଇଛି। ମଦ ଦୋକାନ ଆଗରେ ଲୋକଙ୍କ ଭିଡ଼ ଜମୁ ଥିବାରୁ କରୋନା ସଂକ୍ରମିତ ହେବାର ଆଶଙ୍କା ରହୁଛି। ଏହି କାରଣରୁ ସରକାରମାନେ ମଦ ଦୋକନାଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ କେରଳରେ ମଦ ଦୋକାନ ବନ୍ଦ ରହିଛି।

ଆହୁରି ପଢ଼ନ୍ତୁ

ଏଗୁଡ଼ିକୁ ଖୋଲିବା ପାଇଁ ସରକାର ଚିନ୍ତା କରୁଛନ୍ତି। ହେଲେ ମଦ ଦୋକାନା ବନ୍ଦ ହେବାରୁ ଏଠାରେ ଜଣେ ୩୮ ବର୍ଷୀୟ ବ୍ୟକ୍ତି ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ସକାଳୁ କେଚେରୀ ନିକଟର ଥୁଭାନୋର ଠାରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ବ୍ୟକ୍ତି ଜଣଙ୍କ ନାଁ କୁଲଙ୍ଗର ଭେଟ୍ଟିଲ ସନୋଜ। ଏହି ବ୍ୟକ୍ତି ଜଣଙ୍କ ପ୍ରତିଦିନ ମଦ ପିଅନ୍ତି। ହେଲେ କରୋନା ପାଇଁ ଲକଡାଉନ ଲାଗୁ ହେବାରୁ ମଦ ଦୋକାନ ବନ୍ଦ ହୋଇଯାଇଥିଲା। ଏହାକୁ ନେଇ କୁଲଙ୍ଗର ଚିନ୍ତା ଓ ବିବ୍ରତ ହୋଇପଡ଼ିଥିଲେ। ମଦ ନ ମିଳିବାରୁ ସେ କିଛି ଦିନ ହେଲା ଏହାକୁ ପିଇବାକୁ ପାଇ ନଥିଲେ। ଏହି କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ୍‌ ଜାଣିବାକୁ ପାଇଛି।

ଅନ୍ୟପକ୍ଷରେ କୁଲଙ୍ଗରଙ୍କ ଜଣେ ସମ୍ପର୍କୀୟ କହିଛନ୍ତି ଲକଡାଉନ ପରଠାରୁ ସେ ଭାରି ଚିନ୍ତାରେ ରହୁଥିଲେ। ତାଙ୍କ ବାପା ଓ ମା’ ଉଭୟ ରୋଗରେ ପଡ଼ିଛନ୍ତି। ଏହି ଦୁଃଖକୁ ଦୂର କରିବା ପାଇଁ ସେ ସର୍ବଦା ମଦ ପିଉଥିଲେ। ହେଲେ ମଦ ଦୋକାନ ବନ୍ଦ ହୋଇଯିବାରୁ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ।

[ad_2]
Show More
Back to top button