ଦେଶ

ଲକ୍‌ଡାଉନ୍‌ ପାଇଁ ନବଜାତକକୁ ବାଇକ୍‌ରେ ନେଲେ ଡାକ୍ତର, ବଞ୍ଚାଇଦେଲେ ଜୀବନ

ମୁମ୍ବାଇ: ଏକ ନବଜାତକର ଜୀବନ ବଞ୍ଚାଇବା ପାଇଁ ଆଲିବାଗ୍‌ର ଜଣେ ଡାକ୍ତରଙ୍କ ପଦକ୍ଷେପ ଏବେ ଚର୍ଚ୍ଚାରେ ରହିଛି। ଏହି ଶିଶୁଟି ଜନ୍ମ ହେବାର କିଛି ମିନିଟ୍‌ ପରେ ଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଭୋଗିବାରୁ ଡାକ୍ତର ତୁରନ୍ତ ଶିଶୁକୁ ନିଜ ବାଇକ୍‌ରେ ନିଓନାଟାଲ ଫାସିଲିଟିକୁ ନେଇଯାଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ଶ୍ୱେତା ପାଟିଲ୍‌ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନିକଟସ୍ଥ ନର୍ସିଂହୋମ୍‌ ନିଆଯାଇଥିଲା। ଏହି ଦମ୍ପତ୍ତି ପ୍ରଥମ ସନ୍ତାନ ହରାଇସାରିଥିବାରୁ ଏଥରକ ମଧ୍ୟ ଚିନ୍ତାରେ ପଡ଼ିଥିଲେ। ଲକ୍‌ଡାଉନ୍‌ ଏହି ଚିନ୍ତାକୁ ଆହୁରି ବଢ଼ାଇ ଦେଇଥିଲା। ଶ୍ୱେତା ମଧୁମେହ ପୀଡ଼ିତା ହୋଇଥିବାରୁ ଏବଂ ଅନ୍ୟ ସମସ୍ୟା ରହିଥିବାରୁ ସ୍ଥାନୀୟ ସ୍ତ୍ରୀରୋଗ ବିଶେଷଜ୍ଞ ତୁରନ୍ତ ଡକ୍ଟର ରାଜେନ୍ଦ୍ର ଚନ୍ଦୋରକରଙ୍କୁ ଡାକିଥିଲେ।

ଆହୁରି ପଢ଼ନ୍ତୁ

ଏହାପରେ ଶ୍ୱେତାଙ୍କର ପୁଅଟିଏ ଜନ୍ମ ହୋଇଥିଲା। ସାଧାରଣ ଭାବେ ଏହି ସନ୍ତାନ ଜନ୍ମ ହୋଇଥିଲେ ହେଁ ଏହି ଖୁସି ଅଳ୍ପ ସମୟ ପାଇଁ ଥିଲା। କାରଣ ଏହାର କିଛି ସମୟ ପରେ ଶିଶୁର ଶ୍ୱାସକ୍ରିୟାରେ ସମସ୍ୟା ଦେଖାଯାଇଥିଲା।

ଏହାପରେ ଡାକ୍ତର ନିଜ ବାଇକ୍‌ କାଢ଼ି ସେ କାର୍ଯ୍ୟ କରୁଥିବା ହସ୍ପିଟାଲର ନିଓନାଟାଲ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌କୁ ନେଇଯାଇଥିଲେ। ସେଠାରେ ଅକ୍ସିଜେନ୍‌ ଲଗାଯାଇଥିଲା। ୧୨ ଘଣ୍ଟାପରେ ଶିଶୁର ସ୍ଥିତି ସ୍ୱାଭାବିକ ହୋଇଥିଲା।

[ad_2]
Show More
Back to top button