ଲକ୍‌ଡାଉନ୍‌: କେବଳ ଜୀବନ ନୁହେଁ, ଅର୍ଥନୀତିକୁ ମଧ୍ୟ ଗୁରୁତ୍ୱ ଦେବ କେନ୍ଦ୍ର

ନୂଆଦିଲ୍ଲୀ: ଶନିବାର ୧୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ମହାମାରୀ କରୋନା ବ୍ୟାପିବାକୁ ନେଇ ବର୍ତ୍ତମାନ ଲାଗୁ ହୋଇଥିବା ୨୧ ଦିନିଆ ଲକ୍‌ଡାଉନ୍‌ ବିଷୟରେ ଏହି ଅବସରରେ ଆଲୋଚନା ହୋଇଥିଲା। ଏତଦ୍‌ ବ୍ୟତୀତ ଏହାକୁ ଆଗକୁ ବଢ଼ାଇବା ନେଇ ମଧ୍ୟ ଆଲୋଚନା ହୋଇଥିଲା।

ଆହୁରି ପଢ଼ନ୍ତୁ

ମୋଦି ଆଜି କେନ୍ଦ୍ରର ଆଭିମୁଖ୍ୟ ବାବଦରେ କହିଛନ୍ତି, ଏହି ସମୟରେ ଜୀବନ ଯେତିକି ଗୁରୁତ୍ୱପୂର୍ଣ୍ଣ ଅର୍ଥନୀତି ସେତିକି ଗୁରୁତ୍ୱପୂର୍ଣ୍ଣ।

ମଙ୍ଗଳବାର ଏହି ଲକ୍‌ଡାଉନ୍‌ ସରିବାର ଥିଲା। କିନ୍ତୁ ବର୍ତ୍ତମାନ ବିଭିନ୍ନ ରାଜ୍ୟ ଏହାକୁ ବଢ଼ାଇବାକୁ ପ୍ରସ୍ତାବ ଦେଇଛନ୍ତି। ତେଣୁ ଏହାକୁ ଗ୍ରହଣ କରି ମୋଦି ୪ ଘଣ୍ଟିଆ ବୈଠକ ପରେ ପ୍ରକାରାନ୍ତରେ ସୂଚାଇ ଦେଇଛନ୍ତି ଏହି ଲକ୍‌ଡାଉନ୍‌ର ଅବଧି ବଢ଼ିବ, କିନ୍ତୁ ଅର୍ଥନୀତି ପାଇଁ କିଛି କ୍ଷେତ୍ରରେ କୋହଳ କରାଯିବ।

[ad_2]
Exit mobile version