ଲକ୍‌ଡାଉନ୍‌ ଉଲ୍ଲଙ୍ଘନକାରୀଙ୍କୁ ରାସ୍ତାରେ ଶୁଆଇ ପଟିଲା ପୁଲିସ୍‌

ନୂଆଦିଲ୍ଲୀ: ସାରା ଦେଶରେ ଆଜିଠାରୁ ୨୧ ଦିନ ପାଇଁ ଲକଡାଉନ ଲାଗୁ କରାଯାଇଛି। କରୋନାର ମୁକାବିଲା ପାଇଁ ସାମଜିକ ଦୂରତ୍ୱ ହିଁ ଏକମାତ୍ର ମାଧ୍ୟମ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଭାରତକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ତଥାପି ଲକଡାଉନ ନିୟମକୁ ବେଖାତିର କରି କିଛି ଲୋକ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଛି।

ଏଭଳି ନିୟମ ଉଲ୍ଲଙ୍ଘନକାରୀଙ୍କୁ ପୁଲିସ ରାସ୍ତା ଉପରେ ହିଁ ସାବାଡ କରିଛି। ପ୍ରଥମେ ହାତ ଯୋଡ଼ି ଲୋକଙ୍କୁ ଘରୁ ନ ବାହାରିବାକୁ ନିବେଦନ କରିଥିବା ପୁଲିସ୍‌ ଏବେ ଲାଠି ଚଳାଇ ଲକଡାଉନକୁ କାର୍ଯ୍ୟକାରୀ କରିଛି।

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଆଜି ପଞ୍ଜାବରେ ମଧ୍ୟ ଲକଡାଉନ ନିୟମକୁ କାର୍ଯ୍ୟକାରୀ କରାଯାଇଛି। ସେହିପରି ରାଜ୍ୟ ସରକାର ମଧ୍ୟ କର୍ଫ୍ୟୁ ଲାଗୁ କରିଛନ୍ତି। ତଥାପି କିଛି ଯୁବକ ଆଜି ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସେମାନଙ୍କୁ ପୁଲିସ୍‌ ରାସ୍ତାରେ ଶୁଆଇ ଲାଠିରେ ପିଟି ଥିବା ଦୃଶ୍ୟ ସାମ୍ନାକୁ ଆସିଛି।

ଆହୁରି ପଢ଼ନ୍ତୁ

ସେହିପରି ଆଉ କିଛି ସ୍ଥାନରେ ଉଲ୍ଲଙ୍ଘନକାରୀଙ୍କ ମୁହଁରେ ରୁମାଲ ବାନ୍ଧି ପୁଲିସ ଲାଠିରେ ପିଟୁ ଥିବା ମଧ୍ୟ ଦେଖିବାକୁ ମିଳିଛି। ଆଉ କିଛି ସ୍ଥାନରେ ଲୋକଙ୍କୁ ପୁଲିସ୍‌ ଉଠବସ ମଧ୍ୟ କରାଇଛି। ନିୟମ ଉଲ୍ଲଙ୍ଘନକାରୀଙ୍କୁ ରାସ୍ତାରେ ପୁଲିସ୍‌ ଗଡ଼ିବାକୁ କହି ଶାସ୍ତି ଦେଇଛି।

ପଶ୍ଚିମବଙ୍ଗର ମାଲଦାରେ ମଧ୍ୟ ଲକଡାଉନକୁ ଉଲ୍ଲଙ୍ଘନ କରୁଥିବା ଲୋକଙ୍କୁ ପୁଲିସ୍‌ ଏକାଠି କରି ଉଠବସ କରାଇଛି। ଏହି ସମୟରେ ଉଲ୍ଲଙ୍ଘନକାରୀ “ଆମେ ଦେଶର ଶତ୍ରୁ ଓ ଆମେ ଘରେ ରହିପାରିବୁ ନାହିଁ” ବୋଲି କହୁଥିବା ଶୁଣିବାକୁ ମିଳିଛି।

କେବଳ ପଞ୍ଜାବ କିମ୍ବା ପଶ୍ଚିମବଙ୍ଗ ନୁହେଁ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ଉଲ୍ଲଙ୍ଘନକାରୀଙ୍କୁ ପୁଲିସ୍‌ ରାସ୍ତା ଉପରେ ବିଭିନ୍ନ ଉପାୟରେ ଦଣ୍ଡିତ କରିଛି। ଏପରି କି କିଛି ରାଜ୍ୟରେ ପୁଲିସ୍‌ ଉଲ୍ଲଙ୍ଘନକାରୀଙ୍କୁ ଗିରଫ ମଧ୍ୟ କରିଛି।



[ad_2]

Exit mobile version