ଲକ୍‌ଡାଉନ୍‌ ଅବଧି ବୃଦ୍ଧିକୁ ସ୍ୱାଗତ କଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର(ସତ୍ୟଶିଖା): ଦେଶବ୍ୟାପୀ ଲକଡାଉନ ଅବଧି ବୃଦ୍ଧି ଘୋଷଣାକୁ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସ୍ୱାଗତ କରିଛନ୍ତି। ଲକଡାଉନ ଠିକ୍ ଭାବେ ପାଳନ ହେଲେ ସୁଫଳ ମିଳିବ ବୋଲି ସେ କହିଛନ୍ତି। ଏହାସହ ଏପ୍ରିଲ ୨୦ ପରେ କିଛି କୋହଳ ହେବ। ତେବେ କଣ କୋହଳ ହେବ, ସମୀକ୍ଷା ପରେ ଜଣାପଡ଼ିବ। ଯଦିଓ ଦେଶର ଅର୍ଥନୀତି ଉପରେ ଏହାର ପ୍ରଭାବ ପଡ଼ିବ, ତଥାପି ରାଜ୍ୟରେ କୃଷି କାର୍ଯ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପ୍ରଭାବିତ ହେବନାହିଁ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ସୂଚନାରୁ ପ୍ରକାଶ, ସମଗ୍ର ଦେଶରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ସୁଦ୍ଧା ‘କରୋନା’ରେ  ୩୩୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦୦୦ରୁ ଅଧିକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏହାଛନା ଅନେକ ସନ୍ଦିଗ୍ଧଙ୍କୁ କ୍ୱରେଣ୍ଟାଇନ୍‌ରେ ରଖାଯାଇଛି। ସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶକୁ ପ୍ରଥମେ ୨୧ ଦିନର ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଯାହାର ଅବଧି ସରିବା ପରେ ଆଜି ପ୍ରଧାନମନ୍ତ୍ରୀ ପୁଣି ଥରେ ଲକ୍‌ଡାଉନ୍‌ ଅବଧିକୁ ମେ’ ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଯାହାକୁ ଓଡ଼ିଶା ରାଜ୍ୟ ପରିବହନ ମନ୍ତ୍ରୀ ସ୍ୱାଗତ କରିଛନ୍ତି।

[ad_2]
Exit mobile version