ଲକ୍ଡାଉନ୍ରେ ମଦ ଦୋକାନ ଖୋଲିବାକୁ ଋଷିଙ୍କ ଅପିଲ୍


ମୁମ୍ବାଇ: ‘କରୋନା’ ମହାମାରୀ ଉପରେ ବିଶ୍ୱବ୍ୟାପୀ ଯୁଦ୍ଧ ଚାଲିଛି। ଏହାର ମୁକାବିଲା ପାଇଁ ସାରା ଦେଶକୁ ଏବେ ଲକ୍ଡାଉନ୍ କରିଦିଆଯାଇଛି। କରୋନା ସଂକ୍ରମଣ ଭୟରେ ଲୋକଙ୍କୁ ଘରେ ରହିବାକୁ ବାଧ୍ୟ କରାଯାଉଛି। ସବୁ ଦୋକାନ ବଜାର ମଧ୍ୟ ବନ୍ଦ କରିଦିଆଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ଗ୍ରୋସରି, ପନିପରିବା, କ୍ଷୀର, ମାଛ, ମାଂସ, ଅଣ୍ଡା ଓ ଔଷଧ ଦୋକାନ ଖୋଲା ରହିଛି। ତେବେ ଅଭିନେତା ଋଷି କପୁର ବର୍ତ୍ତମାନ ଏହି ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ମଦକୁ ସାମିଲ୍ କରିବାକୁ ଅପିଲ୍ କରିଛନ୍ତି। ତାଙ୍କ ଅନୁଯାୟୀ ସରକାର ଦେଶର ସମସ୍ତ ମଦ ଦୋକାନ ଖୋଲିଦେବା ଉଚିତ୍।
Think. Government should for sometime in the evening open all licensed liquor stores. Don’t get me wrong. Man will be at home only what with all this depression, uncertainty around. Cops,doctors,civilians etc… need some release. Black mein to sell ho hi raha hai. ( cont. 2)
— Rishi Kapoor (@chintskap) March 28, 2020
ଋଷିଙ୍କ ମୁତାବକ ଲୋକମାନେ ଏବେ ବାହାରକୁ ଯାଇପାରୁନାହାନ୍ତି। ୨୪ ଘଣ୍ଟା ଘରେ ରହି ସେମାନେ ମାନସିକ ଅବସାଦର ଶିକାର ହେଉଛନ୍ତି। ତେଣୁ ଏଥିରୁ ମୁକ୍ତି ପାଇଁ ମଦ ଦୋକାନ ଖୋଲିବା ଆବଶ୍ୟକ। ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ସରକାରଙ୍କୁ ସମସ୍ତ ମଦ ଦୋକାନ ଖୋଲିଦେବା ଉଚିତ୍। ମୋତେ ଭୁଲ୍ ବୁଝନ୍ତୁ ନହିଁ। ହେଲେ ମଣିଷ ଘରେ ବସି ମାନସିକ ଅବସାଦର ଶିକାର ହେବାକୁ ବାଧ୍ୟ ହେଉଛି। ଡାକ୍ତର ଓ ପୁଲିସ୍ କର୍ମୀଙ୍କୁ ମଧ୍ୟ ଏହି ଡିପ୍ରେଶନରୁ ମୁକ୍ତି ଆବଶ୍ୟକ। ଏମିତିରେ ବି ଚୋରାରେ ମଦ ବିକ୍ରି ହେଉଛି। ରାଜ୍ୟ ସରକାରଙ୍କୁ ବି ବର୍ତ୍ତମାନ ଅବକାରୀ ବିଭାଗଠୁ ଟଙ୍କା ଦରକାର। ତେଣୁ ମଦ ବିକ୍ରିର ଅନୁମତି ଦେଇଦେଲେ ଭଲ ହେବ ବୋଲି ମୁଁ ଭାବୁଛି।’
State governments desperately need the money from the excise. Frustration should not add up with depression. As it is pee to rahe hain legalize kar do no hypocrisy. My thoughts.
— Rishi Kapoor (@chintskap) March 28, 2020
ଆହୁରି ପଢ଼ନ୍ତୁ
ତେବେ ଋଷିଙ୍କ ଏହି ଅପିଲ୍ ସରକାର ମାନୁଛନ୍ତି କି ନାହିଁ ତାହା ତ ସମୟ କହିବ, ହେଲେ ବର୍ତ୍ତମାନ ସୋଶାଲ୍ ମିଡିଆରେ କିଛି ଲୋକ ତାଙ୍କୁ ଟାର୍ଗେଟ୍ କରିଛନ୍ତି। ଜଣେ ୟୁଜର ଲେଖଛନ୍ତି, ‘ଋଷିଜି ବହୁତ ଲୋକ ଖାଇବାକୁ ପାଉନାହାଁନ୍ତି, ଟିଭି ଦେଖନ୍ତୁ ବାସ୍ତବତା ଦେଖିପାରିବେ ଓ ନିଜ ନଡ଼ିଆ ସଦୃଶ ମସ୍ତିଷ୍କରୁ ବାହାରିପାରିବେ। କି ଅପରିପକ୍ୱ ପରାମର୍ଶ!’
Think beyond it Rishi Ji. People don’t have and are not getting even basic food to survive. Watch the TV to know the ground reality and to come out of your cucoon. What an immature suggestion. Absurd.
— Viren (@Lawteaser) March 28, 2020
ଆଉଜଣେ ୟୁଜର୍ ଲେଖିଛନ୍ତି, ‘ସାର୍, ସେହି ପରିବାରମାନଙ୍କ ବିଷୟରେ କ’ଣ, ଯେଉଁଠାରେ ମହିଳାମାନେ ମଦ ପ୍ରଭାବରେ ସ୍ୱାମୀଙ୍କ ଦ୍ୱାରା ନିର୍ଯାତନାର ସମ୍ମୁଖୀନ ହୁଅନ୍ତି? ତାହା ବି ସର୍ବୋତ୍ତମ ସମୟରେ ଅଟେ। ଆପଣଙ୍କୁ ଲାଗୁଛି କି ଏହି ଲକ୍ଡାଉନ୍ ସମୟରେ ଏହା ଏକ ସୁରକ୍ଷିତ ବିକଳ୍ପ?’
What about those families, Sir, where ladies face abuse by husbands under the influence of liquor ? And, that’s at the best of times. Do you think that it’s a safe option during a lockdown ?
— Moinak Das (@d_moinak) March 28, 2020
ଋଷି ଲକ୍ଡାଉନ୍ ସମୟରେ ସୋଶାଲ୍ ମିଡିଆରେ ବେଶ୍ ଆକ୍ଟିଭ୍ ଅଛନ୍ତି। ତେବେ ସେ ନିଜ ଟ୍ୱଟର୍ ଆକାଉଣ୍ଟରେ ଦେଶର ବର୍ତ୍ତମାନର ପରିସ୍ଥିତିକୁ ନେଇ ନାନା ଟ୍ୱିଟ୍ କରୁଛନ୍ତି। ତେବେ ଏଥିମଧ୍ୟରୁ କିଛି ଟ୍ୱିଟ୍ରେ ଲୋକଙ୍କ ସମର୍ଥନ ମିଳୁଥିବାବେଳେ କିଛି ଟ୍ୱିଟ୍ ପାଇଁ ତାଙ୍କୁ ଟ୍ରୋଲ୍ ମଧ୍ୟ କରାଯାଉଛି।
[ad_2]