ରାଜ୍ୟ

ଲକ୍‌ଡାଉନ୍‌ରେ ଫୋନ୍‌ କଲେ ଘରକୁ ଯାଇ ଖିଅର କରିବେ ବାରିକ, ଜାରି କଲେ ମୋବାଇଲ୍‌ ନମ୍ୱର

ରାଉରକେଲା(ପବନ ତିୱାରୀ): ‘କରୋନା’ ଲକ୍‌ଡାଉନ୍‌ ବେଳେ ଗ୍ରୋସରୀ, ପରିବା ଓ ଔଷଧ ଯୋଗାଇବା ପାଇଁ ଟୋଲ୍‌ ଫ୍ରି ନମ୍ୱର ରହିଛି। ହେଲେ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ପ୍ରଥମ ଥର ପାଇଁ ଫୋନ୍‌ କଲେ ବାରିକ ଆସି ଖିଅର କରିବ। ରାଉରକେଲା ମହାନଗର ନିଗମ ସହ ଆଲୋଚନା ପରେ ବାରିକ ସଂଘ ଏପରି ନିଷ୍ପତ୍ତି ନେଇଛି। ଏହି ସେବା କେବଳ ମହାନଗର ନିଗମ ଅଞ୍ଚଳରେ ଉପଲବ୍ଧ ରହିବ।

ଆହୁରି ପଢ଼ନ୍ତୁ

ଲକ୍‌ଡାଉନ୍‌ ଯୋଗୁ ମହାନଗର ନିଗମ ଅଞ୍ଚଳରେ ସବୁ ସେଲୁନ୍‌ ବନ୍ଦ ରହିଛି। ଯେଉଁଥିପାଇଁ ସହରର ବୁଦ୍ଧିଜୀବୀ ଓ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଏହି ସମସ୍ୟାର ସମାଧାନ ପାଇଁ ରାଉରକେଲା ମହାନଗର ନିଗମ ବାରିକ ମହାସଂଘ ସହ ଆଲୋଚନା କରିଥିଲା। ଲକ୍‌ଡାଉନ୍‌ ସମୟରେ ଯେ କୌଣସି ବ୍ୟକ୍ତିଙ୍କଠାରୁ ଫୋନ୍‌ ପାଇଲେ ଘରକୁ ଯାଇ ବାରିକମାନେ ସେବା ଯୋଗାଇଦେବେ ବୋଲି ରାଜି ହୋଇଛନ୍ତି। ଏଥିଲାଗି ତିନୋଟି ମୋବାଇଲ ନମ୍ବର ଜାରି କରାଯାଇଛି। ନମ୍ବର ଗୁଡିକ ହେଲା- 93374008981, 9337400891, 889598854। ଏହି ମୋବାଇଲ୍‌ ନମ୍ୱରରେ ଯୋଗାଯୋଗ କଲେ ବାରିକ ପହଞ୍ଚି ସେବା ଯୋଗାଇବ ବୋଲି ମହାନଗର ନଗମ ପକ୍ଷରୁ ସ୍ପଷ୍ଟ କରାଯାଇଛି।

[ad_2]
Show More
Back to top button