ଦୁର୍ଘଟଣାନ୍ୟୁଜ୍ରାଜ୍ୟ

ସଡ଼କ ଦୁର୍ଘଟଣାରେ ଏନ୍‌କିୟୁଏମ୍‌ ଅଧିକାରୀଙ୍କ ମୃତ୍ୟୁ

ସତ୍ୟଶିଖା ( ଭୁବନେଶ୍ୱର ) ୩୦ /୦୯ /୨୦୨୧:  ଆନନ୍ଦପୁର ବ୍ଲକ ବାଙ୍ଖିଡା ଠାରୁ ରାଜ୍ୟ ରାଜପଥ ୫୩ ଯାଏଁ ନୂତନ ଭାବେ ଏକ ରାସ୍ତାକାମ ହୋଇଥିଲା । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ଏହି ରାସ୍ତାକୁ ତଦାରଖ ପାଇଁ  ଜଣେ ଏନ୍‌କିୟୁଏମ୍‌ ଅଧିକାରୀ ଆସିଥିଲେ । ରାସ୍ତାକାମ ତଦାରଖ କରି କେନ୍ଦୁଝର ଫେରିଯାଇଥିଲା । ଆଜି କାର୍‌ ଯୋଗେ କେନ୍ଦୁଝରରୁ ଭୁବନେଶ୍ୱର ଫେରିବା ରାସ୍ତାରେ ଦୁର୍ଘଟଣା ଘଟିଥିଲା । କାର୍‌ ଆଗରେ ଯାଉଥିବା ଏକ ଟ୍ରକ ହଠାତ୍ ବ୍ରେକ୍‌ ମାରିଥିଲା । ଯାହାଫଳରେ କାର୍‌ଟି ଭାରସାମ୍ୟ ହରାଇ ଟ୍ରକ ପଛପଟେ ପିଟି ହୋଇଥିଲା । ଦୁର୍ଘଟଣାରେ କାର୍‌ ଚାଳକ ଓ ଏନ୍‌କିୟୁଏମ୍‌ ଅଧିକାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

Show More
Back to top button