ନ୍ୟୁଜ୍ପର୍ଯ୍ୟଟନରାଜ୍ୟ

ଫେବୃଆରୀ ୨ରୁ ଖୋଲିବ ପଠାଣି ସାମନ୍ତ ପ୍ଲାନେଟାରିୟମ୍

ସତ୍ୟଶିଖା (ଭୁବନେଶ୍ୱର) ୨୯/୦୧/୨୦୧୧ : କରୋନା କଟକଣା ପାଇଁ ବନ୍ଦ ରହିଥିବା ଭୁବନେଶ୍ୱର ଓ ବୁର୍ଲା ପ୍ଲାନେଟାରିୟମ ସମେତ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ ଫେବୃଆରୀ ୨ରୁ ଖୋଲିବ । ଆକାଶରେ ଗ୍ରହ, ନକ୍ଷେତ୍ର ଓ ଚନ୍ଦ୍ର ସହିତ ଅନ୍ୟାନ୍ୟ ଗ୍ରହାଣୁ ଦ୍ବୀପପୁଞ୍ଜ ସମ୍ପର୍କରେ ଦର୍ଶକ ଜାଣିବାର ସୁଯୋଗ ପାଇବେ ବୋଲି ସୂଚନା ଦିଆଯାଇଛି । କୋଭିଡ୍‌-୧୯ ନିୟମ ପାଳନ ପୂର୍ବକ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌, ବୁର୍ଲା ଡ.ଏପିଜେ ଅବଦୁଲ୍‌ କାଲାମ ପ୍ଲାନେଟାରିୟମ ଏବଂ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ ଫେବୃଆରୀ ୨(ମଙ୍ଗଳବାର)ଠାରୁ ସର୍ବ ସାଧାରଣଙ୍କ ପାଇଁ ଖୋଲା ରହିବ । ସୋମବାର ବ୍ୟତୀତ ଅନୁ ସବୁଦିନ ଦର୍ଶକଙ୍କ ପାଇଁ ଏହା ଖୋଲିବ । ସୋମବାରରେ ପଠାଣି ସାମନ୍ତ ପ୍ଲାନେଟାରୟିମରେ ପ୍ରଦର୍ଶନ ବନ୍ଦ ରହିବ । ତେବେ ୫୦ଜଣ ଦର୍ଶକ ପ୍ଲାନେଟାରିୟମ୍‌ ଶୋ’ ଦେଖିପାରିବେ ବୋଲି ନିର୍ଦେଶକ ଲକ୍ଷ୍ମୀଧର ଦାସ ଆଜି ପ୍ରେସ୍ତ ଇସ୍ତାହାର ଯୋଗେ ସୂଚନା ଦେଇଛନ୍ତି ।

Show More
Back to top button