ଲକଡାଉନ ୩.୦: ସବୁ ଜୋନରେ ଖୋଲିବ ମଦ ଦୋକାନ, କିନ୍ତୁ…

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମେ’ ୪ରୁ ଆଉ ୨ ସପ୍ତାହ ପାଇଁ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ଆସନ୍ତା ୧୭ ତାରିଖ ଯାଏ ଲକଡାଉନ ନିୟମ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ।

ତେବେ କେନ୍ଦ୍ର ସରକାର ଲକଡାଉନ ୩.୦ରେ କେତେକ ନିୟମ କୋହଳ କରିଛନ୍ତି। ଶୁକ୍ରବାର କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନରେ ମଦ ଦୋକାନ ଖୋଲିବା ଓ ଇ-କର୍ମସ ନୀତିକୁ କୋହଳ କରିବା ପାଇଁ ବ୍ୟବସ୍ଥା କରିଥିବାରୁ ଏହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା। ଏବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହା ଉପରେ ସ୍ପଷ୍ଟୀକରଣ ଦେଇଛି।

ଇଣ୍ଡିଆ ଟୁଡେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୂତ୍ରରୁ ତଥ୍ୟ ହାସଲ କରି ଖବର ପ୍ରକାଶ କରିଛି ଯେ ମଦ ଦୋକାନ ଓ ମଦ ବିକ୍ରିକୁ ଗ୍ରୀନ ଓ ଅରେଞ୍ଜ ଜୋନରେ ଅନୁମତି ମିଳିଛି। ସେହିପରି ରେଡ ଜୋନରେ କେବଳ ଏକାକୀ ରହିଥିବା ମଦ ଦୋକାନ ଖୋଲିପାରିବ। ତେବେ କଣ୍ଟେନମେଣ୍ଟ ଜୋନରେ ଥିବା ମଦ ଦୋକାନ ଖୋଲିପାରିବ ନାହିଁ।

ମାର୍କେଟ କମ୍ପ୍ଲେକ୍ସ ଓ ମଲରେ ଥିବା ମଦ ଦୋକାନ ମଧ୍ୟ ବନ୍ଦ ରହିବ। କଣ୍ଟେନମେଣ୍ଟ ଜୋନରେ ଲକଡାଉନକୁ କଡ଼ାକଡ଼ି ଭାବେ ପାଳନ କରାଯିବ।

ଆହୁରି ପଢ଼ନ୍ତୁ

ଅନ୍ୟପକ୍ଷରେ ଇ-କର୍ମସ ଉପରେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ରେଡ ଜୋନରେ କେବଳ ଜରୁରୀ ସାମଗ୍ରୀର ଡେଲିଭରୀ ହୋଇପାରିବ। କିନ୍ତୁ ଗ୍ରୀନ ଓ ଅରେଞ୍ଜ ଜୋନରେ ଇ-କର୍ମସ କମ୍ପାନୀମାନେ ସବୁ ସାମଗ୍ରୀର ଡେଲିଭରୀ କରିପାରିବେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେନ୍ଦ୍ର ଗାଇଡଲାଇନରେ ମଦ ଦୋକାନ ଖୋଲିବା ଓ ଇ-କର୍ମସକୁ ଅନୁମତି ମିଳିଥିଲେ ହେଁ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାରମାନେ ନେବ। ଏହାର ଅର୍ଥ କେଉଁ ଜୋନରେ ମଦ ଦୋକାନ ଖୋଲିବ ଓ ଏହା କେତେ ସମୟ କାର୍ଯ୍ୟକ୍ଷମ ହେବ, ତା’ ଉପରେ ପୂରା ନିଷ୍ପତ୍ତି ନେବାର ଅଧିକାର ରାଜ୍ୟ ସରକାରମାନଙ୍କର ରହିଛି।

ଉଦାହରଣ ସ୍ୱରୂପ ସବୁ ଜୋନରେ ମଦ ଦୋକାନ ଖୋଲିବାକୁ ଗାଇଡଲାଇନରେ କହିଛନ୍ତି। ହେଲେ ରାଜ୍ୟ ସରକାର ଚାହିଁଲେ ଏହାକୁ ପାଳନ କରିବେ ନାହିଁ। ସେହିପରି ରେଡ ଜୋନରେ ଅଣ ଅତ୍ୟାବଶ୍ୟକ ସାମଗ୍ରୀର ଡେଲିଭରୀକୁ କେନ୍ଦ୍ର ସରକାର ମନା କରିଛନ୍ତି।

ରାଜ୍ୟମାନେ ଚାହିଁଲେ ବି ଏଥିପାଇଁ ଅନୁମତି ଦେଇପାରିବେ ନାହିଁ। ରାଜ୍ୟ ସରକାରମାନେ ଲଡଡାଉନ ଗାଇଡଲାଇନକୁ ଅଧିକ ସଶକ୍ତ କରିପାରିବେ। ହେଲେ କେବେ ହେଲେ ଏହାକୁ ଦୁର୍ବଳ କରିପାରିବେ ନାହିଁ।

[ad_2]
Exit mobile version