ଲକଡାଉନ ଯୋଗୁ ପରିବାର ଚଳାଇବା କଷ୍ଟକର, ଆତ୍ମହତ୍ୟା କଲେ ବ୍ୟକ୍ତି

ଲକ୍ଷ୍ନୌ: ମହାମାରୀ କରୋନା ଭାଇରସକୁ ରୋକିବା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ଅନେକଙ୍କ ରୋଜଗାର ପନ୍ଥା ବନ୍ଦ କରିଦେଇଛି। ଲକଡାଉନ ଯୋଗୁ ପରିବରର ଭରଣପୋଷଣ କରିବା ଅସମ୍ଭବ ହେବାରୁ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଶେଷରେ ଆତ୍ମହତ୍ୟା କରିଛନ୍ତି।

ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲ୍ଲା ସ୍ଥିତ ରେଳ ଧାରଣାରୁ ତାଙ୍କ ମୃତଦେହ ମିଳିଛି। ଆତ୍ମହତ୍ୟା କରିବା ପୂର୍ବରୁ ୫୦ ବର୍ଷୀୟ ଭାନୁ ପ୍ରକାଶ ଗୁପ୍ତା ଏକ ସୁଇସାଇଡ ନୋଟ ଲେଖିଛନ୍ତି। ଏଥିରେ ବାରମ୍ବାର ଲକଡାଉନ ବଢ଼ୁଥିବାରୁ ପରିବାର ଚଳାଇବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିବାରୁ ସେ ଜୀବନ ହାରିଥିବା କଥା ଉଲ୍ଲେଖ କରିଛନ୍ତି।

ଆହୁରି ପଢ଼ନ୍ତୁ

ଭାନୁ ପ୍ରକାଶ ଶାହାଜାହାନପୁର ସ୍ଥିତ ଏକ ହୋଟେଲରେ କାମ କରୁଥିଲେ। ହୋଟେଲରେ କାମ କରି ସେ ତାଙ୍କର ୪ ଜଣ ପିଲା, ପତ୍ନୀ ଓ ରୋଗୀଣା ମା’ଙ୍କୁ ପୋଷୁଥିଲେ। ଲକଡାଉନ ହେବାରୁ ଭାନୁ ଚାକିରି ହରାଇଥିଲେ। ଯାହା ବି ଟଙ୍କା ଥିଲେ ଲକଡାଉନ ଭିତରେ ସବୁ ଶେଷ ହୋଇଯାଇଥିଲା।

ସୁଇସାଇଡ ନୋଟେରେ ସେ ଲେଖିଛନ୍ତି, ସରକାର ଆମକୁ ଚାଉଳ ଓ ଗହମ ଯୋଗାଇ ଦେଇଛନ୍ତି। ସେଥିପାଇଁ ରାସନ ଦୋକାନକୁ ଧନ୍ୟବାଦ। ହେଲେ ମୋ ପାଖରେ ଟଙ୍କା ନଥିବାରୁ ମୁଁ ଚିନି ଲୁଣ, କ୍ଷୀର ଭଳି ଅତ୍ୟାବଶ୍ୟକ ସାମାଗ୍ରୀ କିଣିପାରୁ ନାହିଁ। ମୋ ମା’ ବହୁତ ଅସୁସ୍ଥ। ତାଙ୍କ ଚିକିତ୍ସା ପାଇଁ ମୋ ପାଖରେ ଟଙ୍କା ନାହିଁ। ଜିଲ୍ଲା ପ୍ରଶାସନ ବି ସହଯୋଗ କରୁନାହିଁ। ଏହି କାରଣରୁ ମୁଁ ଆଉ ବଞ୍ଚିବାକୁ ଚାହୁଁ ନାହିଁ ବୋଲି ସୁଇସାଇଡ ନୋଟରେ ଲେଖାଯାଇଛି।

ଅନ୍ୟପକ୍ଷରେ ଭାନୁଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ଆର୍ଥିକ ସହଯୋଗ କରିବାକୁ ଉତ୍ତର ପ୍ରଦେଶ ସରକାର ପ୍ରତିଶ୍ରୁତି ଦେଇଛନ୍ତି।

[ad_2]
Exit mobile version