ଦେଶ

ଲକଡାଉନ ବେଳେ କ’ଣ ସବୁ ଖୋଲିବ? ନୂଆ ତାଲିକାରେ ଏହି ସବୁ କ୍ଷେତ୍ର ସାମିଲ

ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶରେ ମେ’୩ ଯାଏ ଲକଡାଉନ ଜାରି କରାଯାଇଛି। ତେବେ ଯେଉଁ ସବୁ ଅଞ୍ଚଳରେ କରୋନା ମାମଲା ଆସିବ ନାହିଁ କିମ୍ବା ସଂକ୍ରମଣର ଆଶଙ୍କା କମ, ସେଠାରେ ୨୦ ତାରିଖ ପରେ କିଛି କୋହଳ ନୀତି ଅବଲମ୍ବନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ପୂର୍ବରୁ ଚାଷ ଠାରୁ ଗ୍ରାମାଞ୍ଚଳରେ ଥିବା ଶିଳ୍ପ ଓ ଇ-କର୍ମସ ଭଳି କ୍ଷେତ୍ରକୁ କାର୍ଯ୍ୟ କରିବାକୁ ଅନୁମତି ମିଳିବ ବୋଲି ସରକାର ନିଷ୍ପତ୍ତି ନେଇଥିଲେ। ଏବେ ଏହି ତାଲିକାରେ କେନ୍ଦ୍ର ସରକାର ଆଉ କିଛି କ୍ଷେତ୍ରକୁ ସାମିଲ କରିଛନ୍ତି।

ନୂଆ ତାଲିକା ଅନୁଯାୟୀ, ୨୦ ତାରିଖ ପରେ ନନ ବ୍ୟାଙ୍କିଂ ଫାଇନାନନ୍ସ କର୍ପୋରେସନ ଓ ମାଇକ୍ରୋ ଫାଇନାନ୍ସ ଇନଷ୍ଟିଚ୍ୟୁସନକୁ ମଧ୍ୟ ଜରୁରୀ ସେବା ମଧ୍ୟରେ ସାମିଲ କରାଯାଇଛି। ଅର୍ଥାତ ଏହି କ୍ଷେତ୍ରଗୁଡ଼ିକ ୨୦ ତାରିଖ ଠାରୁ କାର୍ଯ୍ୟକ୍ଷମ ହେବ।

ଆହୁରି ପଢ଼ନ୍ତୁ

ନଡ଼ିଆ, ବାଉଁଶ, ଗୁଆ, ଚକଲେଟ ତିଆରି ହେଉଥିବା ମଞ୍ଜି ରୋପଣ ଭଳି କାର୍ଯ୍ୟକୁ ଅନୁମତି ମିଳିବ। ସେହିପରି ଅନୁସୂଚିତ ଜନଜାତି ମାନେ କରୁଥିବା ଜଙ୍ଗଲ କାମକୁ କଟକଣାରୁ ବାଦ ଦିଆଯିବ।

ତେବେ କରୋନା ହଟସ୍ପଟ ଅଞ୍ଚଳରେ ଏହି କାମକୁ ଅନୁମତି ମିଳିବ ନାହିଁ। ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଛି। ଏଥିରେ ଅନ୍ତର୍ଭୁକ୍ତ ଜଳ ଯୋଗାଣ, ସାନିଟେସନ, ବିଜୁଳି ଓ ଟେଲିକମ ଅପରେସନ କାମ ଆରମ୍ଭ ହେବ। ଏହି ସବୁ କାର୍ଯ୍ୟରେ ଯଥା ସମ୍ଭବ କମ ଲୋକ ନିୟୋଜିତ ହେବେ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ।

ଅନ୍ୟପକ୍ଷରେ ମୋବାଇଲ ଫୋନ, ଟିଭି, ଫ୍ରିଜ, ଲ୍ୟାପଟପ, ପୋଷାକ ଓ ସ୍କୁଲ ପିଲାଙ୍କ ଆବଶ୍ୟକ ସାମଗ୍ରୀକୁ ଲୋକମାନେ ଇ-କର୍ମସ ପ୍ଲାଟଫର୍ମ ଯଥା ଆମାଜନ, ଫ୍ଲିପକାର୍ଟ ଓ ସ୍ନାପଡିଲ ଜରିଆରେ କିଣାକିଣି କରିପାରିବେ। ତେବେ ଇ-କର୍ମସର ଭ୍ୟାନଗୁଡ଼ିକ ରାସ୍ତାରେ ଯିବା ସମୟରେ ପ୍ରଶାସନ ଠାରୁ ଅନୁମତି ନେବାକୁ ବାଧ୍ୟ।

[ad_2]
Show More
Back to top button