ଲକଡାଉନ: ଅନଲାଇନରେ ୱାନ ଟୁ ୱାନ କୋଚିଂ ଦେବେ ଲକ୍ଷ୍ମଣ


ନୂଆଦିଲ୍ଲୀ: ଲକଡାଉନ ପାଇଁ ଚାରିଆଡ଼େ ଯାତାୟାତ ବନ୍ଦ। ତେବେ ବେଙ୍ଗଲର କ୍ରିକେଟରମାନଙ୍କୁ କିମ୍ବଦନ୍ତୀ କ୍ରିକେଟର ଅନଲାଇନ ଜରିଆରେ ୱାନ ଟୁ ୱାନ କୋଚିଂ ଦେବେ। ବେଙ୍ଗଲ କ୍ରିକେଟରଙ୍କ ପାଇଁ ଲକ୍ଷ୍ମଣଙ୍କୁ ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଥିଲା।
ଆହୁରି ପଢ଼ନ୍ତୁ
ଏବେ ଅଭ୍ୟାସ ବନ୍ଦ ଥିବାରୁ ସେ କ୍ରିକେଟରମାନଙ୍କୁ କୌଣସି ଟ୍ରେନିଂ ଦେଇ ପାରୁନାହାନ୍ତି। ଏହି ଅସୁବିଧାକୁ ଦୂର କରିବା ଓ ବେଙ୍ଗଲ ବ୍ୟାଟସମ୍ୟାନ ଭାବେ ବ୍ୟାଟିଂରେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୂର କରିବା ପାଇଁ ଅନଲାଇନ ଟ୍ରେନିଂ ପାଇଁ ନିଷ୍ପତ୍ତି ହୋଇଛି।
ଦୀର୍ଘ ୧୩ ବର୍ଷ ପରେ ବେଙ୍ଗଲ ଚଳିତ ବର୍ଷ ରଣଜୀ ଟ୍ରଫି ଫାଇନାଲକୁ ଯାଇଥିଲା। ହେଲେ ବ୍ୟାଟିଂ ଅର୍ଡର ଭୁଶୁଡ଼ି ପଡ଼ିବାରୁ ଦଳର ଟ୍ରଫି ଜିତିବା ସ୍ୱପ୍ନ ଅଧୂରା ରହିଯାଇଥିଲା। ଫଳରେ ସୌରାଷ୍ଟ୍ର ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ପ୍ରଥମଥର ଚାମ୍ପିୟନ ହୋଇଥିଲା। ଏବେ ବ୍ୟାଟିଂ ସମସ୍ୟାକୁ ଦୂର କରିବା ପାଇଁ ବେଙ୍ଗଲ କ୍ରିକେଟ ଆସୋସିଏସନ ଲକ୍ଷ୍ମଣଙ୍କ ସହାୟତା ନେଇଛି।