ଲକଡାଉନ୍ ୫.୦: କ’ଣ ହଟିଲା, କ’ଣ ରହିଲା

ନୂଆଦିଲ୍ଲୀ: କେବଳ କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏ ବଳବତ୍ତର ରହିବ ଲକଡାଉନ୍। କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍ଥାନରେ ପର୍ଯ୍ୟାୟକ୍ରମେ ନିୟମ କୋହଳ ହେବ ବୋଲି ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଉଛି।

୧. ଗୃହ ମନ୍ତ୍ରଣାଳୟର ନୂଆ ବିଜ୍ଞପ୍ତି ଅନୁଯାୟୀ, ରାତି ୯ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟରେ ଅତ୍ୟାବଶ୍ୟକ ସେବା ଉପରେ କର୍ଫ୍ୟୁ ନିୟମ ଲାଗୁ ହେବ ନାହିଁ। ପୂର୍ବରୁ ଏହା ଏହା ସଂଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଥିଲା।

୨. ପ୍ରଥମ ପର୍ଯ୍ୟାୟରେ, ଜୁନ୍ ୮ରୁ ହୋଟେଲ, ରେଷ୍ଟୁରାଣ୍ଟ, ସପିଂ ମଲ୍ ଖୋଲିବାକୁ ଅନୁମତି ଦିଆଯିବ। ହେଲେ ମାର୍ଚ୍ଚ ୨୫ରେ ପ୍ରଥମେ ଲକଡାଉନ୍ ହେବା ପରଠାରୁ ହୋଟେଲ, ରେଷ୍ଟୁରାଣ୍ଟ, ସପିଂ ମଲ୍ ବନ୍ଦ ରହିଛି।

୩. ଦ୍ୱିତୀୟ ପର୍ଯ୍ୟାୟରେ ସ୍କୁଲ ଓ କଲେଜ ଖୋଲିବା ପାଇଁ ବିଚାର କରାଯିବ। ଜୁଲାଇରେ କରୋନାର ସ୍ଥିତି ଦେଖିବା ପରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ସହ ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯିବ।

୪. ତୃତୀୟ ପର୍ଯ୍ୟାୟରେ କରୋନା ସ୍ଥିତିକୁ ଦେଖି ଅନ୍ତର୍ଜାତୀୟ ବିମାନ ଯାତ୍ରା, ମେଟ୍ରୋ, ସିନେମା ହଲ୍ ଏବଂ ଜିମ୍ ଖୋଲିବା ଉପରେ ଆଲୋଚନା କରାଯିବ।

୫. ସମସ୍ତ ଧାର୍ମିକ ସ୍ଥାନ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ଏହାପୂର୍ବରୁ କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗ ସରକାର ସମସ୍ତ ପୂଜାପାଠ, ମନ୍ଦିର, ମସଜିଦ ଏବଂ ଗୁରୁଦ୍ୱାର ଖୋଲିବାକୁ ଅନୁମତି ଦେଇଥିଲେ।। ହେଲେ ପଶ୍ଚିମବଙ୍ଗରେ ଏହି ନିୟମ ଜୁନ୍ ୯ରୁ କାର୍ଯ୍ୟକାରୀ ହେବ।

୬. ରାଜ୍ୟ ରାଜ୍ୟ ମଧ୍ୟରେ ଲୋକଙ୍କ ଯାତ୍ରା ଓ ପରିବହନ ପାଇଁ କୌଣିସ କଟକଣା ନାହିଁ।

୭. ଲକଡାଉନ୍ ୫.୦ କଣ୍ଟେନମେଣ୍ଟ ଜୋନରେ ୩୦ ଜୁନ୍ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ ରହିବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଆଧାରରେ ଏହି ଜୋନ୍ ଗୁଡିକ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥିର କରାଯିବ। କଣ୍ଟେନମେଣ୍ଟ ଜୋନରେ କେବଳ ଅତ୍ୟାବଶ୍ୟକ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ।

୮. ରାଜ୍ୟ ସରକାର କଣ୍ଟେନମେଣ୍ଟ ଜୋନ୍ ବାହାରେ ବଫର୍ ଜୋନ୍ ଚିହ୍ନଟ କରିପାରିବେ। ବଫର୍ ଜୋନରେ ଏପରି କିଛି ସ୍ଥାନ ରହିବ ଯେଉଁଠାରେ କରୋନା ସଂକ୍ରମଣର ନୂତନ ରୋଗ ହେବାର ଆଶଙ୍କା ଅଧିକ। ବଫର୍ ଜୋନ୍ ମଧ୍ୟରେ ମଧ୍ୟ ପ୍ରତିବନ୍ଧକ ଜାରି କରାଯାଇପାରେ।

[ad_2]
Exit mobile version