ଦେଶନ୍ୟୁଜ୍ବିଦେଶ

ଜାମ୍ମୁ କଂଶ୍ମିର ରେ B.S.F ଯବାନ ମାନେ ସୁଡ଼ଙ୍ଗ ପାଇଲେ

ସତ୍ୟଶିଖା (ଶ୍ରୀନଗର) ୫/୧୧/୨୦୨୦ : ଜମ୍ମୁ ସୀମାନ୍ତ ଚାଢକା ସ୍ଥିତ ଏକ ଜମିରେ ମିଳିଛି ସୁଡଙ୍ଗର ସନ୍ଧାନ । ଏହି ସୁଡଙ୍ଗ ପାକିସ୍ତାନ ପଟୁ ନିର୍ମିତ ହୋଇଛି କି ଏହା କୌଣସି ବୋରଓ୍ବେଲ ପୋଲିସ ଏବଂ ବିଏସଏଫ ତାର ଯାଞ୍ଚ କରୁଛି । ଏଠାରେ ପ୍ରଶ୍ନ ଉଠୁଛି ଯେ, ସୀମାନ୍ତରେ ତାରଜାଲି ନିକଟରେ କାହା ଅନୁମତିରେ କିଏ ବୋରଓ୍ବେଲ ଖୋଳିଛି । କେବଳ ଏତିକି ନୁହେଁ ଏହା ମଧ୍ୟ କୁହାଯାଉଛି ଯେ, କେବେ ଜମ୍ମୁ ସୀମାକୁ ପାକ୍ ସୁଡଙ୍ଗରୁ ମୁକ୍ତି ମିଳିବ ।ଅରାନିଆ ସବ୍ ସେକ୍ଟରରେ ଜିରୋ ଲାଇନ୍ ର ନିକଟବର୍ତ୍ତୀ ଅଞ୍ଚଳରେ ମିଳିଥିବା ଏହି ସୁଡଙ୍ଗକୁ ପାକିସ୍ତାନ ପଟୁ ଖୋଳାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଏହାକୁ ସୁଡଙ୍ଗ ବୋଲି ସ୍ପଷ୍ଟ କରିନଥିଲେ ମଧ୍ୟ ଏହା ଏକ ବୋରଓ୍ବେଲ ବୋଲି ମଧ୍ୟ କିଛି କହିନାହିଁ । ମାତ୍ର ଅଧିକାରୀସ୍ତରରେ ଯେଉଁଭଳି ତନାଘନା ଚାଲିଛି ଏହା ଏକ ଗମ୍ଭୀନ ବିଷୟ ବୋଲି ଅନୁମାନ କରାଯାଉଛି । ଏହା ଏକ ସୁଡଙ୍ଗ ବୋଲି ସ୍ପଷ୍ଟ କରିବା ପାଇଁ ଆଖପାଖ ଜମିକୁ ଜେସିବି ସାହାଯ୍ୟରେ ଖୋଳାଯିବ । ମିଳିଥିବା ସୂଚନା ଅନୁସାରେ ସେହି ସ୍ଥାନରେ କୃଷକମାନେ ଧାନ କାଟୁଥିଲେ । ସୁଡଙ୍ଗକୁ ଦେଖି ବିଏସଏଫ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଏହି ଖବର ପାଇବା ପରେ ବିଏସଏଫ ଅଧିକାରୀମାନେ ଘଟଣାସ୍ଥଳରେ ଯାଞ୍ଚ କରିଥିଲେ ।ବିଏସଏଫ ଏବଂ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଜାରି ରଖିଛନ୍ତି । ସ୍ଥାନୀୟ ସରପଞ୍ଚ କହିଛନ୍ତି ବିଏସଏଫ ପୋଷ୍ଟକୁ ତାଙ୍କୁ ଡକାଯାଇଥିଲା । କିନ୍ତୁ ତାଙ୍କୁ ସେହି ସ୍ଥାନକୁ ନିଆଯାଇନଥିଲା ଯେଉଁ ସ୍ଥାନରେ ସୁଡଙ୍ଗ ବାହାରିଥିବା କୁହାଯାଉଛି । ସେ କହିଛନ୍ତି ଯାଞ୍ଚ ପରେ ଜଣାପଡିବ ତାହା ଏକ ସୁଡଙ୍ଗ ନା ବୋରଓ୍ବେଲ । ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଘଟଣାସ୍ଥଳକୁ ସିଲ୍ କରିଦିଆଯାଇଛି । ତାହା ସୁଡଙ୍ଗ ଭଳି ଜଣାପଡୁନାହିଁ । ପାଣି ପମ୍ପ୍ ଲଗାଇବା ଦ୍ବାରା ମାଟି ଧସିଥାଇପାରେ । ଆଖପାଖରେ ଯାଞ୍ଚ ଜାରି ରହିଛି । ସୂଚନାଯୋଗ୍ୟ ଯେ, ଅନ୍ତର୍ଜାତୀୟ ସୀମାରେ ୨୦୧୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୮ ସୁଡଙ୍ଗର ସନ୍ଧାନ କରାଯାଇଛି ।

Show More
Back to top button