ଶିକ୍ଷାସ୍ୱାସ୍ଥ୍ୟ

ବୋସ୍‌ ଇଞ୍ଜିନିୟରିଂରେ ୩ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ପରେ ରାସ୍ତାରେ ଟାୟାର ଜାଳି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ସତ୍ୟଶିଖା,(କଟକ ) ୩୦ .୦୩ .୨୦୨୧ : କଟକ ସ୍ଥିତ ବୋସ୍‌ ଇଞ୍ଜିନିୟରିଂ ସ୍କୁଲରେ ଦେଖାଦେଇଛି ଛାତ୍ର ଅଶାନ୍ତି । କଲେଜ ସମ୍ମୁଖ ରାସ୍ତାରେ ଟାୟାର ଜାଳି ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭ ସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତ ଶନିବାର ଦିନ ବୋସ୍‌ ଇଞ୍ଜିନିୟରିଂ ସ୍କୁଲର ୩ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅନଲାଇନ୍‌ରେ ପାଠପଢା, ବିଳମ୍ବରେ ପରୀକ୍ଷା କରିବା ଏବଂ କଲେଜକୁ ବନ୍ଦ କରିବା ଦାବି ନେଇ ଛାତ୍ରଛାତ୍ରୀ ଆନ୍ଦୋଳନ ଜାରି ରଖିଛନ୍ତି । କଲେଜ ସମ୍ମୁଖ ରାସ୍ତାରେ ଟାୟାର ଜାଳି ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଆନ୍ଦୋଳନ ନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରୁଛି । ତେବେ ଛାତ୍ରଛାତ୍ରୀମାନେ ନିଜ ଜିଦ୍ ରେ ଅଟଳ ରହିଥିବା ଦେଖିବାକୁ ମିଳିଛି ।

Show More
Back to top button