ଦେଶ

‘ଲକଡାଉନ୍ ଜରୁରୀ ସ୍ଥିତି ନୁହେଁ’

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶ ଲକଡାଉନ୍ ରହିଥିଲା। ଏହି ସମୟରେ ଅନେକ କଟକଣା ଜାରି ରହିଥିଲା। ତେବେ ଏହାକୁ ଜରୁରୀ ପରିସ୍ଥିତି ସହିତ ତୁଳନା କରିବା ଠିକ୍ ହେବନି। ଜରୁରୀ ପରିସ୍ଥିତି ବେଳେ ଲୋକଙ୍କୁ ଜାମିନ୍ ମିଳେ ନାହିଁ। ଲକଡାଉନ୍ ସମୟରେ କିନ୍ତୁ ଜାମିନ୍ ମିଳିପାରିବ। ଯଦି ପୁଲିସ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ଚାର୍ଜଶିଟ୍ ଦାଖଲ କରିବାରେ ବିଳମ୍ୱ କରିଥିବ ତା’ହେଲେ ମଧ୍ୟ ଜଣେ ଆବେଦନକାରୀ ଜାମିନ୍ ଅଧିକାର ପାଇବେ।

ଲକଡାଉନ୍ ସମୟରେ ମାଡ୍ରାସ ହାଇକୋର୍ଟ ଜଣେ ଆବେଦନକାରୀଙ୍କ ଜାମିନ୍ ଖାରଜ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଲକଡାଉନ କୁ ଜରୁରୀ କାଳୀନ ପରିସ୍ଥିତି ସହିତ ତୁଳନା କରିବା ଠିକ୍ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣ, ଏମ୍ ଆର ଶାହ ଏବଂ ଭି ରମସୁବ୍ରାମନିଅନ ବିଚାର କରି ଏଭଳି କହିଛନ୍ତି।

ଏଥିସହ ଦଶ ହଜାର ଟଙ୍କା ଓ ଦୁଇଟି ଜାମିନଦାର ଜରିଆରେ ଜାମିନ୍ ଦେବାକୁ ସୁପ୍ରିମ କୋର୍ଟ ମାଡ୍ରାସ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

[ad_2]
Show More
Back to top button