ରାଜ୍ୟ

ଲକଡାଉନ୍ କଟକଣା ଭାଙ୍ଗି ସିମେଣ୍ଟ ବ୍ୟବସାୟୀ ଗିରଫ

ଭଦ୍ରକ (ପାର୍ଥ ସାରଥୀ ନାୟକ): ‘କରୋନା’କୁ ଦେଖି ରାଜ୍ୟ ସରକାର ଭଦ୍ରକ ଟାଉନ୍‌କୁ ଲକ୍ ଡାଉନ୍ କରିଛନ୍ତି। ଏହା ସତ୍ତ୍ୱେ ଜଣେ ସିମେଣ୍ଟ ବ୍ୟବସାୟୀ ଦୋକାନ ଖୋଲି ହରଡ଼ଘଣାରେ ପଡ଼ିଛନ୍ତି। ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନକୁ ଉଲ୍ଲଘଂନ କରିବା ଅଭିଯୋଗରେ ଟାଉନ ଥାନା ପୁଲିସ୍ ଗବସାହି ଅଞ୍ଚଳର ଜଣେ ସିମେଣ୍ଟ ବ୍ୟବସାୟୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଆହୁରି ପଢ଼ନ୍ତୁ

ଆଜି ସକାଳେ ସିମେଣ୍ଟ ବ୍ୟବସାୟୀ ଜଣଙ୍କ ନିଜ ଦୋକାନ ଖୋଲିଥିଲେ। ପୁଲିସ୍ ବାରମ୍ବାର ଦୋକାନ ବନ୍ଦ କରିବାକୁ ତାଙ୍କୁ କହିଥିଲେ। ହେଲେ ସେ ପୁଲିସର କଥାକୁ ଶୁଣି ନଥିଲେ। ଶେଷରେ ପୁଲିସ୍ ଏହି ସିମେଣ୍ଟ ବ୍ୟବସାୟୀଙ୍କୁ ଗିରଫ କରିଛି।

 

[ad_2]
Show More
Back to top button